/odishatv-khabar/media/post_attachments/uploadimage/library/16_9/16_9_0/up-1_1623218829.jpg)
up
ଲକ୍ଷ୍ନୌ : ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ । ସଂକ୍ରମଣ ହ୍ରାସ ପାଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଏଥିବାରୁ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରି କଟକଣା କୋହଳ କରିଛନ୍ତି । ଏହି କ୍ରମରେ ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଲକଡାଉନ୍ ହଟିଛି । ଲକଡାଉନ୍ ହଟିବା ସହ ଟ୍ରାକରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ।
ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ସକ୍ରିୟ ସଂକ୍ରମିଙ୍କ ସଂଖ୍ୟା ୬୦୦ରୁ କମ୍ ହେବାପରେ ରାଜ୍ୟରୁ ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । ରାଜଧାନୀ ଲକ୍ଷ୍ନୌରେ ଲକଡାଉନ୍ ହଟିବା ପରେ ଆଜିଠାରୁ ମଧ୍ୟ ମେଟ୍ରୋ ସେବା ଆରମ୍ଭ ହୋଇଛି । ଯେଉଁଥି ପାଇଁ ଲକ୍ଷ୍ନୌ ମେଟ୍ରୋକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ସାନିଟାଇଜ୍ କରାଯାଉଛି । ନିୟମ ମାନି ଟ୍ରେନରେ ଯିବାଆସିବା କରିବା ପାଇଁ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Lucknow Metro being sanitised ahead of the resumption of its operations as lockdown restrictions will be eased in the city from today.
Visuals from yesterday pic.twitter.com/B1o71odMvW
— ANI UP (@ANINewsUP) June 8, 2021
ସୂଚନାଯୋଗ୍ୟ ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା ପରେ ବର୍ତ୍ତମାନ ସମସ୍ତ ଜିଲ୍ଲାରେ କରୋନା କଟକଣା କେହାଳ କରାଯାଇଛି । ସେପଟେ ସମସ୍ତ ଜିଲ୍ଲାରେ ଏବେ ବି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏବେ କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ ହେବାପରେ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।
ଏପଟେ ଦେଶରେକରୋନାକଟକଣାକୋହଳକରାଯାଉଥିବାବେଳେସେପଟେଡବ୍ଲ୍ୟୁଏଚଓଭାରତକୁଚେତାବନୀଦେଇଛି। ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ ଏପରି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେ କହିଛନ୍ତି, ଡେଲଟା ଭାରିଏଣ୍ଟ ସମେତ ଅନ୍ୟ ଭାରିଏଣ୍ଟର ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିବନ୍ଧ ହଟାଇବା ବିପଜ୍ଜନପ ସାବ୍ୟସ୍ତ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)