/odishatv-khabar/media/post_attachments/uploadimage/library/16_9/16_9_0/corona-1-1_1622692204.jpg)
corona 1
ସମସ୍ତିପୁର : କରୋନା ସଂକ୍ରମଣରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ଭାଇରସ୍ ହେଲା କାଳ । ସାତ ଜନମର ସାଥୀ ଅଧା ବାଟରେ ଛାଡ଼ି ସବୁଦିନ ପାଇଁ ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଷାଦଗ୍ରସ୍ତ ହୋଇ ଗୁମସୁମ୍ ହୋଇ ବସି ରହୁଥିଲେ ମହିଳା । ଶେଷର ଗତକାଲି ଦ୍ୱିପହର ସମୟରେ ରାତ୍ରୀରେ ସ୍ୱାମୀଙ୍କ ବିୟୋଗ ଅସହ୍ୟ ହେବାରୁ ଫାଶୀ ଲଗାଇ ଝୁଲିପଡ଼ିଛନ୍ତି । ଦେଢ଼ ମାସର ଏକ ନବଜାତ ଓ ତିିନି ବର୍ଷରୁ ପୁଅକୁ ଛାଡ଼ି ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ନଗରଗାମ ପଞ୍ଚାୟତର ମୁଖିଆ ମଞ୍ଜିତ କୁମାର କରୋନା ସଂକ୍ରମିତ ହୋଇ କିଛି ଦିନ ପୂର୍ବରୁ ପ୍ରାଣ ହରାଇଛନ୍ତି । ତାଙ୍କ ସ୍ତ୍ରୀ ରୀତା କୁମାରୀ ସହରସାରେ କନେଷ୍ଟବଳ ଭାବେ କାମ କରନ୍ତି । ହସଖୁସିରେ କଟି ଯାଉଥିବା ସମୟରେ ଗ୍ରହଣ ଲାଗିଯିବ ବୋଲି କିଏ ଜାଣିଥିଲା । ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ରୀତା । ମଞ୍ଜିତ ମୃତ୍ୟୁ ପରେ ରୀତା ଡିପ୍ରେସରନର ଶିକାର ହୋଇଥିଲେ । ନିଜର ଦେଢ଼ ମାସର ନବଜାତ ଶିଶୁ ଓ ୩ ବର୍ଷର କୁନି ପୁଅ ସହ ସବୁବେଳେ ବନ୍ଦ କୋଠରୀରେ ବସି ରହୁଥିଲେ ।
ତେବେ ଘଟଣା ଦିନ ପିଲାଙ୍କୁ ଅନ୍ୟ ପରିବାର ସଦସ୍ୟ ନେଇ ଖେଳାଉଥିବା ସମୟରେ କବାଟ ବନ୍ଦ କରି ଶୋଇ ଯାଇଥିଲେ ରୀତା । ଦ୍ୱିପହର ପର୍ଯ୍ୟନ୍ତ କବାଟ ନଖୋଲିବାରୁ ଦରଜା ଭାଙ୍ଗି ଦିଆଯାଇଥିଲା । ହେଲେ ସେତେବେଳେକୁ ସବୁ ଶେଷ ହୋଇ ଯାଇଥିଲା । ଫାଶୀରେ ଝୁଲିପଡ଼ିଥିଲେ ରୀତା । ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ରୀତା ତାଙ୍କ ପରେ ଦୁଇ ପୁଅ ପ୍ରିୟାଂଶୁ କମୁାର(୩ବର୍ଷ), ରିୟାଂଶ କୁମାର(ଦେଢ଼ ମାସ)କୁ ଛାଡ଼ି ଯାଇଛନ୍ତି ।
ନଗରଗାମ ପଞ୍ଚାୟତର ଯୁବ ତଥା ପ୍ରସିଦ୍ଧ ମୁଖ୍ୟ ମଞ୍ଜିତ କୁମାର କରୋନା ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । ମେ ୫ ରେ ଆଣ୍ଟିଜେନ୍ ପରୀକ୍ଷଣରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଘରେ ହୋମ କ୍ୱାରେଣ୍ଟିନରେ ଥିଲେ । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବେଗୁସରାଇ ନେଇ ଯାଉଥିଲେ, ହେଲେ ଅଧା ରାସ୍ତାରେ ତାଙ୍କ ଜୀବନ ଚାଲିଗଲା।
ମଞ୍ଜିତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ବାପା ସୁରେନ୍ଦ୍ର ମହାତୋ ମଧ୍ୟ କରୋନାରେ ସଂକ୍ରମିତ ହୋଇ ବେଗୁସରାଇରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କରୋନା ଗୋଟିଏ ସପ୍ତାହରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟକୁ ଛଡ଼ାଇ ନେଲା । ଏହି ଘଟଣାକୁ ନେଇ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)