/odishatv-khabar/media/post_attachments/uploadimage/library/16_9/16_9_0/delhi-1_1622187833.jpg)
delhi
- ଫିରୋଜଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
- ୧୦ ବର୍ଷ କନେଷ୍ଟବଳ ରହିଲେ, ଏବେ ଦିଲ୍ଲୀ ପୋଲିସରେ ଏସିପି ହୋଇଗଲେ
- ଚାକିରି ସମୟରେ ହିଁ ପାସ କଲେ ୟୁପିଏସସି ପରୀକ୍ଷା
ନୂଆଦିଲ୍ଲୀ : ବାଟ କଢ଼ାଇ ନେଲା ସ୍ୱପ୍ନ । କନେଷ୍ଟବଳରୁ ଏସିପି ପର୍ଯ୍ୟନ୍ତ ଯାତ୍ରାକୁ ସଫଳ କଲେ ଫିରୋଜ ଆଲାମ୍ । ତାଙ୍କ ଜୀବନର ସଂଘର୍ଷର କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ । ଦୃଢ଼ ଇଚ୍ଛାଶକ୍ତି ବଳରେ ପୋଲିସ ବିଭାଗରେ ଏକ ଛୋଟ ପୋଷ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଆଜି ସେହି ବିଭାଗର ଏପସି ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି । ୧୦ ବର୍ଷ ଧରି ବଡ଼ ବାବୁଙ୍କୁ ସଲାମ୍ ପକାଉଥିବା ମଣିଷକୁ ଏବେ ଅନ୍ୟ କର୍ମଚାରୀ ସାଲ୍ୟୁଟ୍ ମାରିବେ ।
ଦିଲ୍ଲୀ ପୋଲିସର ଏସିପି ଫିରୋଜ ଆଲାମ ଦିନ ଥିଲା କନଷ୍ଟେବଳ ଫିରୋଜ ଆଲାମ ନାମରେ ଜଣାଶୁଣା ଥିଲେ। ୧୦ ବର୍ଷର ଚାକିରି ସମୟରେ କଠିନ ପରିଶ୍ରମ କରି ଆଜି ସେ ସଫଳତାର ସ୍ୱାଦ ଚାଖିଛନ୍ତି । ଗତ ବର୍ଷ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଫିରୋଜ । ଏହାସହ ତାଙ୍କର ପ୍ରିୟ ଦାନିସ୍କ କ୍ୟାଡରରେ ପ୍ରଶିକ୍ଷଣ ନେବା ପାଇଁ ଯୋଗ୍ୟ ବିବେଚିତ ହେବାପରେ ନିଜେ ଦିଲ୍ଲୀ ପୋଲିସରେ ଏସିପି ଦାୟିତ୍ୱ ସମ୍ଭାଳବେ । ଏବେ ସେ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ତାଲିମ ଆରମ୍ଭ କରିଛନ୍ତି ।
ଦିଲ୍ଲୀର ଝଡ଼ୌଦା ଅଞ୍ଚଳରେ ଅବସ୍ଥିତ ପୋଲିସ ଟ୍ରେନିଂ କଲେଜରେ ଏପ୍ରିଲ ୧ ରୁ ତାଙ୍କର ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ ଫିରୋଜ୍ । ତା’ପରେ ତାଙ୍କୁ ଫିଲ୍ଡ ଟ୍ରେନିଂ ପାଇଁ ପଠାଯିବ । ଫିଲ୍ଡ ଟ୍ରେନିଂ ଶେଷ କରିବା ପରେ ସେ ଏସିପି ଭାବରେ ପୋଷ୍ଟିଂ ପାଇବେ । ଦାନିସ୍କ କ୍ୟାଡରରେ ତାଙ୍କର ଚୟନ ହେବା ସହ ଏସପି ରାଙ୍କରେ ତାଙ୍କର ନିିଯୁକ୍ତି ପକ୍କା ହୋଇଛି ।
ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ଆଜାମପୁର ଦହପା ନିବାସୀ ଫିରୋଜ ପୂର୍ବ ଦିଲ୍ଲୀର ପାଣ୍ଡବ ନାଗର ପୋଲିସ ଷ୍ଟେସନରେ କନେଷ୍ଟବଳ ଭାବେ କାମ କରୁଛନ୍ତି । ୨୦୧୧ରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ଫିରୋଜ । ଚାକିରି ପାଇବା ପରେ ସେ ଗ୍ରାଜୁଏସନ୍ ଏବଂ ପୋଷ୍ଟ ଗ୍ରାଜୁଏସନ୍ ପାସ କରିଥିଲେ । ଆଉ ତା’ପରେ ଚାକିରି ସହ ପାଠପଢ଼ା ଜାରି ରଖି ୟୁପିଏସସି କ୍ଲିୟର କରିଛନ୍ତି ।
ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଫିରୋଜ କହିଛନ୍ତି, ଏତେ ଦିନ ପରେ ମୋ ସ୍ୱପ୍ନ ସାକାର ହୋଇଛି । ମୁଁ ୧୦-୧୧ ବର୍ଷ ଧରି ଦିଲ୍ଲୀ ପୋଲିସରେ କାମ କରିଛି । ସେଥିପାଇଁ ମୁଁ ଦାନିପ୍ସ କ୍ୟାଡରକୁ ପ୍ରାଥମିକତା ଦେଇଥିଲି । ଦିଲ୍ଲୀ ପୋଲିସରେ ଏତେ ଦିନ କାମ କରିବା ପରେ, ଏସିପି ଭାବେ କାର୍ଯ୍ୟ ତୁଲାଇବା ଆହୁରି ସହଜ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)