Advertisment

ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଚାଷୀଙ୍କୁ ଅପିଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା ବୁଲାଇ ପୋଲିସ୍ ପାଖକୁ ମାଡ଼ିଆସିଲେ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର […]

ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଚାଷୀଙ୍କୁ ଅପିଲ

strike

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା ବୁଲାଇ ପୋଲିସ୍ ପାଖକୁ ମାଡ଼ିଆସିଲେ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଦିଲ୍ଲୀ ହିଂସା ନେଇ ଜଏଣ୍ଟ ପୋଲିସ କମିଶନର କହିଛନ୍ତି ଯେ, ଚାଷୀ ନେତାଙ୍କ ସହ ଆଲୋଚନା ଅନୁସାରେ ଅନୁମତି ଦିଆଯାଇଥିଲା। ଚାଷୀ ନେତାଙ୍କୁ ବିଶ୍ୱାସକୁ ନେଇ ଟ୍ରାକ୍ଟର ରାଲି ଅନୁମତି ଦେଇଥିଲୁ। ମାତ୍ର ରାଲି ବେଳେ ପୋଲିସ ଉପରକୁ ଟ୍ରାକ୍ଟର ମଡାଇବାକୁ ଉଦ୍ୟମ ହେଲା। ଆନ୍ଦୋଳନକାରୀଙ୍କ ସଂଖ୍ୟା ବହୁତ ଥିବାରୁ ଧସେଇ ପଶି ଆସିଲେ। ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଅପିଲ କରିଛନ୍ତି କମିଶନର।

ଅପରପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ କମିଶନର ଅତିରିକ୍ତ ଫୋର୍ସ ମାଗିଛନ୍ତି। ବହୁ ସମ୍ପତ୍ତି ନଷ୍ଟ ହୋଇଛି, ଅନେକ ପୋଲିସ ଆହତ ହୋଇଛନ୍ତି। ଅଧ ଡଜନରୁ ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଇବାକୁ ସିପି କହିଛନ୍ତି। ଏବେ ବି ଦିଲ୍ଲୀର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି। ସେଥିପାଇଁ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୋଲିସ ଅପିଲ୍ କରିଛି।ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୋଲିସ ସଜବାଜ ହୋଉଛି।

Advertisment

ତେବେ ଦିଲ୍ଲୀରେ ଟ୍ରାକ୍ଟର ରାଲି ନାଁରେ ହିଂସାକୁ ନିନ୍ଦା କରିଛନ୍ତି ଚାଷୀ ନେତା ଅକ୍ଷୟ କୁମାର। ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ ଯେଉଁମାନେ ଏହା କରିଛନ୍ତି ସେମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନୁହନ୍ତି। କିଛି ଅସାମାଜିକ ବ୍ୟକ୍ତି ଏହା କରିଛନ୍ତି, ଏହା ବହୁତ ନିନ୍ଦନୀୟ। ସରକାର ସେମାନଙ୍କ ଉପରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି।

ସେହିପରି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଗଣ୍ଡଗୋଳ ଘଟଣାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା, ସରକାରଙ୍କ ଅନୁମତିର ଦୂରୁପଯୋଗ କରାଯାଇଛି। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗଣ୍ଡଗୋଳ କରିଛନ୍ତି, ସେମାନେ ଚାଷୀ ନୁହଁନ୍ତି। ଭାରତର ଚାଷୀ ଶାନ୍ତିପ୍ରିୟ, ୯୦% ଚାଷୀ ଆଇନକୁ ସ୍ୱାଗତ କରିଛନ୍ତି। କିଛି ଅସାମାଜିକ ତତ୍ତ୍ୱ ନିଜ ସ୍ୱାର୍ଥସାଧନ ପାଇଁ ଚାଷୀଙ୍କ ନାଁରେ ଗଣ୍ଡଗୋଳ କରୁଛନ୍ତି ବୋଲି ଗୋଲକ କହିଛନ୍ତି।

Advertisment
Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ