/odishatv-khabar/media/post_attachments/uploadimage/library/16_9/16_9_0/governer_1625334034.jpg)
governer
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଏହାକୁ ଆଖି ଆଗରେ ରଖି କଙ୍ଗନା ରବିବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ରାଜଭବନରେ ଭେଟି ନିଜର ସମସ୍ୟା ସଂପର୍କରେ ଜଣାଇଛନ୍ତି କଙ୍ଗନା।
https://twitter.com/ANI/status/1305110126664151040?s=20
ନିଜ ପ୍ରତି ହୋଇଥିବା ଅନ୍ୟାୟ ସଂପର୍କରେ କଙ୍ଗନା ରାଜ୍ୟପାଳଙ୍କୁ ଜଣାଇଛନ୍ତି ନିଜ ଝିଅ ଭଳି ରାଜ୍ୟପାଳ ମଧ୍ୟ ତାଙ୍କର ସମସ୍ୟା ସଂପର୍କରେ ଶୁଣିଥିବା କହିଛନ୍ତି। କଙ୍ଗନା ରାଜ୍ୟପାଳ ତାଙ୍କୁ ନ୍ୟାୟ ଦେବେ ବୋଲି ସେ ବିଶ୍ୱାସ ରଖିଛନ୍ତି। ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବେ ତାଙ୍କର ଅଫିସ ଭାଙ୍ଗିଥିବା କଙ୍ଗନା ଅଭିଯୋଗ ଆଣିଛନ୍ତି।
https://twitter.com/ANI/status/1305102428962988032?s=20
କଙ୍ଗନା ଆହୁରି କହିଛନ୍ତି, ରାଜନୀତି ସହ ମୋର କୌଣସି ନେଣଦେଣ ନାହିଁ। ଏଥିପାଇଁ ଜଣେ ସାଧାରଣ ନାଗରିକ ଭାବେ ମୁଁ ନିଜର ଅଭିଯୋଗ ରାଜ୍ୟପାଳଙ୍କ ନିକଟରେ ରଖିଛି। ଆଶା କରୁଛି ମୋତେ ନ୍ୟାୟ ମିଳିବ। ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ମହାରାଷ୍ଟ୍ରର ଶିବସେନା ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଙ୍ଗନା। ଏହା ପରେ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍ ଆସୁଥିବା କଙ୍ଗନା ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)