Advertisment

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ। ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି […]

ଅଦ୍ୟତନ ହୋଇଛି
ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

akshyata-utkarsh

Advertisment

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ।

Advertisment

ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି ବରଂ ତାର ହତ୍ୟା ହୋଇଛି ବୋଲି କହିବା ସହିତ ମୁମ୍ବାଇ ପୁଲିସ୍‌ ଠିକ୍‌ ଭାବରେ ତଦନ୍ତ କରିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଅକ୍ଷତ ମୁମ୍ବାଇ ଆସି ଟିଭି ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ କିଛି କାମ ନ ମିଳିବାରୁ ସେ ମାନସିକ ଚାପରେ ଥିଲେ। ତେଣୁ ସେ ତଉଲିଆରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ପରିବାର ଲୋକ ମାନସିକ ଚାପ ବା ଡିପ୍ରେସନ କଥାକୁ ଅସ୍ୱୀକାର କରିଛନ୍ତି। ଏହି ନବାଗତ କଳାକାର ଅକ୍ଷତଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ପୁଲିସ୍‌ କହିଛି, ଅକ୍ଷତ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ବାନ୍ଧବୀ ପୁଲିସ୍‌କୁ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଅକ୍ଷତ ଅସାଧାରଣ ଭାବେ ବ୍ୟବହାର ପ୍ରଦର୍ଶନ କରିଥିଲେ। ତଥାପି ଉଭୟ ଏକାଠି ରାତ୍ର ଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ। ତେବେ ସେ ରାତି ପ୍ରାୟ ୧୧.୩୦ରେ ୱାଶରୁମକୁ ଯିବା ପରେ ଅକ୍ଷତ ତାଙ୍କ ରୁମରେ ନିସ୍ତେଜ ହୋଇ ପଡ଼ି ରହିଥିଲେ।

ଏହାପରେ ବାନ୍ଧବୀ ଜଣଙ୍କ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅକ୍ଷତଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରୁ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କୋପର ହସ୍ପିଟାଲକୁ ନିଆଯାଇଥିଲା ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

Advertisment

ପୁଲିସ୍‌ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଲକଡାଉନ ଯୋଗୁ ଅକ୍ଷତଙ୍କ ପାଖରେ କୌଣସି କାମ ନଥିଲା। ଏଥିପାଇଁ ସେ ପରିବାର ଓ ବନ୍ଧୁମାନଙ୍କ ଠାରୁ ଟଙ୍କା ଆଣି ଚଳୁଥିଲେ। ଏହାକୁ ନେଇ ସେ ବେଶ ଡିପ୍ରେସନରେ ରହିଥିଲେ।

ଅନ୍ୟପକ୍ଷରେ ଅକ୍ଷତଙ୍କ ସମ୍ପର୍କୀୟ ମାମୁ ରଞ୍ଜିତ ସିଂହ କହିଛନ୍ତି, ରବିବାର ରାତି ୯ଟା ସମୟରେ ସେ ଅକ୍ଷତଙ୍କ ପିତାଙ୍କ ସହ କଥା ହୋଇଥିଲେ। କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ଅକ୍ଷତଙ୍କ ମୃତ୍ୟୁ ଖବର ପାଇଥିଲେ। ମୁମ୍ବାଇ ପୁଲିସ୍‌ ସେମାନଙ୍କୁ ସହଯୋଗ କରୁ ନଥିବା ସେ ଅଭିଯୋଗ କରିଛନ୍ତି।

ସୂଚନା ଥାଉକି,  ଲକ୍ଷ୍ନୌରେ ଏମ୍‌ବିଏ କରିଥିବା ଅକ୍ଷତ ଭୋଜପୁରୀ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବା ପାଇଁ ମୁମ୍ବାଇ ଚାଲିଆସିଥିଲେ। ସେ ଗତ ଦୁଇ ବର୍ଷ ହେବ ମୁମ୍ବାଇରେ ରହି ଆସୁଥିଲେ। ତାଙ୍କ ଗାର୍ଲଫ୍ରେଣ୍ଡଙ୍କ କହିବାନୁସାରେ ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରିବା ସହିତ ଅଭିନୟ ବି ଜାରି ରଖିଥିଲେ। ଫିଲ୍ମ 'ଲିଟି ଚୋଖା'ରେ ବି ସେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ