/odishatv-khabar/media/post_attachments/uploadimage/library/16_9/16_9_0/137321641_157108919586754_5587900180479889284_n_1626174072.jpg)
pakistan
ସିନ୍ଧ: ପାକିସ୍ତାନରେ ଆଉ ଏକ ତାଜମହଲ। ବେଗମଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ତାଙ୍କର ସ୍ମୃତିକୁ ହୃଦୟରେ ସାଉଁଟି ରଖିଛନ୍ତି ସିନ୍ଧ୍ ପ୍ରଦେଶର ଅବଦ୍ଦୁଲ ରସିଦ୍ ପାଲି। ଏକଦା ଭାରତ ବୁଲିବାକୁ ଆସି ତାଜମହଲ ପ୍ରେମରେ ପଡିଯାଇଥିଲେ । ପରେ ବେଗମ ପରଲୋକ ପରେ ତାଙ୍କ ସ୍ମୃତିରେ ଏହି ପ୍ରତିକୃତି ନିର୍ମାଣ କରିଛନ୍ତି।
ତାଜମହଲ ନିର୍ମାଣ ହେବାର ୪ଶହ ବର୍ଷ ପରେ ଏବଂ ଏହାଠାରୁ ୮ଶହ କିଲୋମିଟର ଦୂରରେ ପୁଣି ଥରେ ନିର୍ମାଣ ହୋଇଛି। ଏହାର ଅବିକଳ ପ୍ରତିକୃତି ପ୍ରେମର ପ୍ରତୀକ ଭାବେ ବିଶ୍ୱ ବିଦିତ ତାଜର ପ୍ରତିକୃତି ନିର୍ମାଣ କରିଛନ୍ତି ସିନ୍ଧ୍ ପ୍ରଦେଶ, ଉମରକୋଟ୍ ଗାଁର ଅବଦ୍ଦୁଲ ରସିଦ୍ ପାଲି। ଅବଦ୍ଦୁଲ ରସିଦ ପେସାରେ ଜଣେ ଓକିଲ। ସେ ଏକ ଜମିଦାର ପରିବାରରେ ଜନ୍ମ। ତାଙ୍କ ନାଁରେ ୯ଶହ ଏକରରୁ ଅଧିକ ଜମି ରହିଛି। ତେବେ ୧୯୮୦ରେ ଆଗ୍ରା ଆସିଥିବା ବେଳେ ତାଜମହଲ ପ୍ରେମରେ ପଡି ଯାଇଥିଲେ।
ସେ ନିଜ ପତ୍ନୀ ମେରିୟମଙ୍କୁ ବି ଖୁବ୍ ଭଲ ପାଉଥିଲେ। ରସିଦଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ବର୍ଷୀୟା ମେରିୟମଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୈବାହିକ ଜୀବନ ଅତି ସୁଖମୟ ଥିଲା। ଖାସ୍ କରି ମେରିୟମ ପ୍ରସ୍ତୁତ କରୁଥିବା ସୁସ୍ୱାଦୁ ଖାଦ୍ୟକୁ ନେଇ ତାଙ୍କ ପ୍ରତି ମାତ୍ରାଧିକ ଆକ୍ତ ହୋଇଯାଇଥିଲେ ରସିଦ। ୪୦ ବର୍ଷର ଦାମ୍ପତ୍ୟ ପରେ ୨୦୧୫ରେ ମେରିୟମଙ୍କ ଦେହାନ୍ତ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁ ପରେ ରସିଦଙ୍କ ତାଜମହଲ ନିର୍ମାଣ ଇଚ୍ଛା ଆହୁରି ପ୍ରବଳ ହୋଇଥିଲା। କିଛି ଲୋକଙ୍କ ବିରୋଧ ସତ୍ତ୍ୱେ ୧୩ ଲକ୍ଷ ପାକିସ୍ତାନୀ ଟଙ୍କା ବ୍ୟୟରେ ଓ ୬ ମାସର କାମ ପରେ ଆତ୍ମପ୍ରକାଶ କରିଥିଲା ଅମର ପ୍ରେମର ପ୍ରତୀକ।
ଶାହାଜାହାନଙ୍କ ତାଜମହଲ ଅନାବିଳ ପ୍ରେମର ଶ୍ରେଷ୍ଠ ନିଦର୍ଶନ ହୋଇଥାଇ ପାରେ, ମାତ୍ର ପତ୍ନୀ ମେରିୟମଙ୍କ ପ୍ରତି ରସିଦଙ୍କ ନିଷ୍ଠା ଓ ଭଲ ପାଇବା ଶାହାଜାହାନଙ୍କଠାରୁ କୌଣସି ଗୁଣରେ ବି କମ୍ ନୁହେଁ । ପୂର୍ବରୁ ଉତ୍ତରପ୍ରଦେଶ ବୁଲନ୍ଦସହରର ଫୈଜୁଲ ହାସଲ କାଦ୍ରି ବି ନିଜ ପତ୍ନୀଙ୍କ ସ୍ମୃତିରେ ତାଜମହଲର ଏକ ପ୍ରତିକୃତି ନିର୍ମାଣ କରୁଥିଲେ ମାତ୍ର ସଡକ ଦୁର୍ଘଟଣାରେ ଫୈଜୁଲଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଥିଲା।
ପାକିସ୍ତାନରେ ବି ଅଛି ଆଉ ଏକ ତାଜମହଲ। ପତ୍ନୀଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପତ୍ନୀଙ୍କ ମୃତ୍ୟୁ ପରେ ସ୍ମୃତି ପାଇଁ ସେ ତାଜମହଲର ଏହି ପ୍ରତିକୃତି ନିର୍ମାଣ କରିଛନ୍ତି। #TajMahalpic.twitter.com/IyGjj3nwdR
— ଓଟିଭି (@otvkhabar) March 5, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)