/odishatv-khabar/media/post_attachments/uploadimage/library/16_9/16_9_0/aravind_1623662003.jpg)
aravind
ନୂଆଦିଲ୍ଲୀ : ଆସନ୍ତାବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲଢ଼ିବ ଆମ୍ ଆଦମି ପାର୍ଟି । ସୋମବାର ଦିନ ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଆସନରେ ଦଳର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ଏହାପୂର୍ବରୁ ଗୁଜୁରାଟ ଗସ୍ତ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ରବିବାର ଗୁଜୁରାଟୀ ଭାଷାରେ ଟ୍ୱିଟ କରିଥିଲେ । ଟ୍ୱିଟ୍ କରି ଲେଖିଥିଲେ ‘ବର୍ତ୍ତମାନ ରାଜ୍ୟରେ ପରିବର୍ତ୍ତନ ଆସିବ । ମୁଁ ଗୁଜୁରାଟ ଆସୁଛି ଏବଂ ରାଜ୍ୟବାସୀଙ୍କୁ ଭେଟିବି।
ସେହିପରି ଗୁଜୁରାଟ ନିର୍ବାଚନରେ ପଟିଦାର ସମାଜକୁ ଏକାଠି ଆଣିବାକୁ ଚେଷ୍ଟା କରୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରବିବାର ଦିନ କାଗୱଡ଼ର ଖୋଡାଲଧାମରେ ପଟିଦାର ସମାଜର ମୁଖ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଟିଦାର ସମାଜର ଉଚିତ୍ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।
હું ગુજરાતના જાણીતા પત્રકાર શ્રી ઇસુદાન ગઢવિજીનું આમ આદમી પાર્ટી પરિવારમાં સ્વાગત કરું છું. મને પૂરો વિશ્વાસ છે કે ઇસુદાન ભાઈએ ગુજરાત માટે જે સપનું જોયું છે તે નિશ્ચિતરૂપે ગુજરાતની જનતા સાથે મળીને પૂરું કરશે.
હવે બદલાશે ગુજરાત. pic.twitter.com/8LDIfZOoGu
— Arvind Kejriwal (@ArvindKejriwal) June 14, 2021
ଆମ୍ ଆଦମି ପାର୍ଟିକୁ ନେଇ ଏବେ ଗୁଜୁରାଟ ରାଜନୀତି ସରଗରମ ରହିଛି । ରାଜ୍ୟରେ ଆପ୍ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଶୁଣିବାକୁ ମିଳୁଛି । ଏଥିପାଇଁ ହାର୍ଦ୍ଦିକ ପଟେଲକୁ ନିଜର ନିର୍ବାଚନୀ ଚେହେରା ରୂପେ ସାମ୍ନାକୁ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପଟେଲ ମଧ୍ୟ ଭବିଷ୍ୟତରେ ଆପରେ ଯୋଗଦେବାର ଅନେକ ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)