Advertisment

ପୁଣି ବଢ଼ିଲା ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ଅବଧି

ନୂଆଦିଲ୍ଲୀ : ଆଧାର-ପାନ ଲିଙ୍କ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ତେବେ ଏହାକୁ ଆଜି ସନ୍ଧ୍ୟାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପକ୍ଷରୁ  ଆଜି ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଧାର କାର୍ଡ […]

author-image
Pradesh Pratyush
ପୁଣି ବଢ଼ିଲା ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ଅବଧି

pan-aadhar

ନୂଆଦିଲ୍ଲୀ : ଆଧାର-ପାନ ଲିଙ୍କ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା।

Advertisment

ତେବେ ଏହାକୁ ଆଜି ସନ୍ଧ୍ୟାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପକ୍ଷରୁ  ଆଜି ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କର ଅବଧିକୁ ବୃଦ୍ଧି କରିଛନ୍ତି।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସିବିଡିଟି ଏକ ବିଜ୍ଞପ୍ତି ଜାରି କରି ଲିଙ୍କ ସମୟ ସୀମାକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଥିବା କହିଥିଲା। ସେତେବେଳେ ଆଧାର କାର୍ଡ ଓ ପାନ ଲିଙ୍କର ସମୟସୀମା ସେପ୍ଟେମ୍ବର ୩୦ ରହିଥିଲା। ସୁପ୍ରିମକୋର୍ଟ ଗତବର୍ଷ ସେପ୍ଟେମ୍ବର ମାସରେ ଆଧାର କାର୍ଡ ଆୟକର ରିଟର୍ଣ୍ଣସ ବେଳେ ବାଧ୍ୟତାମୂଳକ ବୋଲି କହିଥିଲେ।

Advertisment
Advertisment
Advertisment