Advertisment

ଜୀବନ ଓ ମୃତ୍ୟୁର ଅଧାଫାଶରେ ଝୁଲୁଥିଲା ଛୁଆ, ବଞ୍ଚାଇପାରିଲା କି ମା'? ଦେଖନ୍ତୁ ପୂରା ଭିଡିଓ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ନିଜ ଟ୍ୱିଟ୍‌ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍‌ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ ଓ ତା’ର ଛୁଆ ଘରର ଛାତ ଉପରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ମାଙ୍କଡ଼ର ଛୁଆଟି ପାଖରେ ଥିବା ଲାଇନ୍‌ ତାରରେ ଫସି ଯାଇଥିବା ଦେଖିବାକୁ […]

author-image
Mahasweta Baral
ଜୀବନ ଓ ମୃତ୍ୟୁର ଅଧାଫାଶରେ ଝୁଲୁଥିଲା ଛୁଆ, ବଞ୍ଚାଇପାରିଲା କି ମା'? ଦେଖନ୍ତୁ ପୂରା ଭିଡିଓ...

monkey

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ନିଜ ଟ୍ୱିଟ୍‌ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍‌ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ ଓ ତା’ର ଛୁଆ ଘରର ଛାତ ଉପରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ମାଙ୍କଡ଼ର ଛୁଆଟି ପାଖରେ ଥିବା ଲାଇନ୍‌ ତାରରେ ଫସି ଯାଇଥିବା ଦେଖିବାକୁ ମିଳିଛି।

Advertisment

ପରେ ଛୁଆଟି ମା’ ମାଙ୍କଡ଼ ପାଖୁକୁ ଆସିବାକୁ ଚେଷ୍ଟା କରୁଛି। କିନ୍ତୁ ପିଲାଟି ଛୋଟ ଥିଲା ଏବଂ ତାର ଓ କାନ୍ଥ ମଧ୍ୟରେ ଦୂରତା ମଧ୍ୟ ଲମ୍ବା ଥିଲା। ମାଙ୍କଡ ଛୁଆଟି ଡରି ଯାଇଥିଲା। ସେ ବସିଥିବା ତାରଟି ବହୁତ ଜୋରରେ ହଲୁଥିବାର ଦେଖିବାକୁ ମିଳିଥିଲା। ଯେମିତି ଲାଗୁଥିଲା ଛୁଆଟି ତଳେ ପଡିଯିବ।

Advertisment

ଅନ୍ୟପଟେ ଛାତ ଉପରେ ବସିଥିବା ଛୁଆଟିର ମା’ ଏସବୁ ଦେଖି ବ୍ୟତିବ୍ୟସ୍ତ ହୋଇପଡୁଥିଲା। କ‘ଣ କରିବ ସେ? ଛୁଆଟିକୁ କେମିତି ରକ୍ଷା କରିବ। ଉପାୟ ଖୋଜୁଥିଲା ମନେ ମନେ। ଛୁଆଟି ମଧ୍ୟ ମା’କୁ ଦେଖି ହାତ ବଢ଼ାଉଥିଲା। ଯେମିତି ଲାଗୁଥିଲା ମା’ ମତେ ଏଠୁ ନେଇଯା’। ପରେ ମା’ଟି ଛୁଆଟିରୁ ପାଖକୁ ଡେଇଁଥିଲା। କିନ୍ତୁ ଛୁଆଟିକୁ ଆଣି ପାରିନଥିଲା। ପୁନଃ ଆଉଥରେ ମା’ ମାଙ୍କଡଟି ଚେଷ୍ଟା କରି ତାର ଛୁଆକୁ କୋଳେଇ ଆଣିବାରେ ସଫଳ ମଧ୍ୟ ହୋଇଥିଲା।

ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ଏହି ଭିଡିଓଟିକୁ ସେୟାର କରି କହିଛନ୍ତି, ‘ମା ଦ୍ୱାରା ଉଦ୍ଧାର କାର୍ଯ୍ୟ’। ଏହା କିପରି ବିଫଳ ହେବ’। ଏହି ଭିଡିଓଟିରେ ୨୨ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୩ହଜାରରୁ ଅଧିକ ଲାଇକ୍‌ କରିଥିବା ଜଣାପଡିଛି।

Advertisment
Advertisment