/odishatv-khabar/media/post_attachments/uploadimage/library/16_9/16_9_0/deadbody555_1626695758.jpg)
dead body
ନୂଆଦିଲ୍ଲୀ: ଗୋଟିଏ ଅପରାଧକୁ ଲୁଚାଇବାକୁ ଯାଇ ମଣିଷ କିଭଳି ଅପରାଧ ପରେ ଅପରାଧ କରିଚାଲେ ତାର ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ବାରଙ୍ଗଲରେ। ଏଠାରେ ଜଣେ ଯୁବକ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଆଉ ୯ ଜଣଙ୍କର ହତ୍ୟା କରିଛି। ଶନିବାର ତେଲେଙ୍ଗାନାର ବାରଙ୍ଗଲରେ କୂଅ ଭିତରୁ ୯ ଜଣଙ୍କ ଶବ ଉଦ୍ଧାର ହେବା ଘଟଣା ବେଶ୍ ଚର୍ଚ୍ଚାରେ ଥିଲା। ପୋଲିସ ଘଟଣାର ତଦନ୍ତ କରୁଥିଲା।
ଶେଷରେ ୩ ଦିନ ପରେ ଅଭିଯୁକ୍ତ ନରପିଶାଚକୁ ଗିରଫ କରିଛି ପୁଲିସ। ଆଉ ଏହି ଅଭିଯୁକ୍ତ ଜଣକ ପୋଲିସକୁ ଆଗରେ ହତ୍ୟା ବିଭୀଷିକାର ଯେଉଁ କାହାଣୀ କହିଛି ସେଥିରେ ଯିଏ ନାହିଁ ସିଏ ଆଶ୍ଚର୍ଯ୍ୟ ହେବ। ଅଭିଯୁକ୍ତ ଜଣକ ହେଲେ ୨୪ ବର୍ଷୀୟ ସଞ୍ଜୟ। ସେ ପ୍ରଥମ ହତ୍ୟାକୁ ଲୁଚାଇବାକୁ ଯାଇ ଅନ୍ୟ ୯ ଜଣଙ୍କ ଜୀବନ ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି। ସବୁଠାରୁ ଦୁଃଖର କଥା ହେଲା, ୯ଜଣଙ୍କ ମଧ୍ୟରୁ ୬ଜଣ ମୃତ ମହିଳାଙ୍କ ପରିବାରର ହୋଇଥିବାବେଳେ ଅନ୍ୟ ୩ଜଣ ବାହାର ଲୋକ ଅଟନ୍ତି।
ଘଟଣା ଅନୁସାରେ, ସଞ୍ଜୟ ମକସୁଦ୍ ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ଜଣେ ମହିଳାଙ୍କୁ ପୂର୍ବରୁ ହତ୍ୟା କରିଥିଲେ। ଏହାପରେ ମକ୍ସୁଦ୍ଙ୍କ ପତ୍ନୀ ସଞ୍ଜୟଙ୍କୁ ବାରମ୍ବାର ପୁଲିସ୍ର ଧମକ୍ ଦେଖାଉଥିଲେ। ଏଥିରେ ଖୁବ୍ କ୍ରୋଧାନ୍ୱିତ ହୋଇଥିଲା ସଞ୍ଜୟ। ଶେଷରେ ମଉକା ଦେଖି ମକ୍ସୁଦଙ୍କ ପରିବାର ଲୋକଙ୍କ ଖାଇବାରେ ନିଦ ବଟିକା ମିଶାଇ ଦେଇ ସମସ୍ତଙ୍କୁ କୂଅ ଭିତରକୁ ଫିଙ୍ଗି ଦେଇଥିଲା ସଞ୍ଜୟ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ମାର୍ଚ୍ଚ ମାସରୁ ମକସୁଦ ପରିବାରର ଜଣେ ମହିଳା କେଉଁଆଡ଼େ ନିଖୋଜ ଥିଲେ। ପରେ ଖୋଜାଖୋଜି ପରେ ଜଣାପଡିଥିଲା ଯେ ସଞ୍ଜୟ ଉକ୍ତ ମହିଳାଙ୍କୁ ହତ୍ୟା କରିଥିଲେ। ପୋଲିସର କହିବା ଅନୁଯାୟୀ ସଞ୍ଜୟ ମାର୍ଚ୍ଚ ୬ରେ ତାଙ୍କୁ ହତ୍ୟା କରିଥିଲା। ଏହି ଘଟଣାଟିକୁ ଲୁଚାଇବାକୁ ଯାଇ ବ୍ୟକ୍ତି ଜଣଙ୍କ ଆଉ ୯ ଜଣଙ୍କୁ ହତ୍ୟା କରିଛି। ଗୋଟିଏ ପରିବାରର ମୃତ ୬ଜଣ ହେଲେ ମକସୁଦ, ତାଙ୍କ ପତ୍ନୀ, ଦୁଇ ସନ୍ତାନ ଯଥା ଝିଅ ବୁଶ୍ରା ଓ ତାଙ୍କର ତିନି ବର୍ଷର ପୁଅ।
ମକସୁଦ ୨୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗରୁ ୱାରଙ୍ଗଲକୁ ଆସିଥିଲେ। ସେ ଯେଉଁ କାରଖାନାରେ କାମ କରୁଥିଲେ। ସେଠାରେ ଦୁଇଟି କୋଠରୀରେ ପରିବାର ସହିତ ରହୁଥିଲେ।
ଯେତେବେଳେ କୂଅରୁ ସମସ୍ତଙ୍କ ମୃତଦେହ ମିଳିଥିଲା, ପ୍ରଥମେ ପରିବାର ଲୋକେ ଆତ୍ମହତ୍ୟା କରିଛନ୍ତି ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ପଛରେ ମୃତେଦହଙ୍କ ଶରୀରରେ ଚିହ୍ନ ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେଉଁଥିରେ ସଞ୍ଜୟ ଯାଦବ ନିଜର ଦୋଷକୁ ସ୍ୱୀକାର କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)