Advertisment

୭ ମାସ କୋମାରେ ଥିଲେ, ହୋସ୍‌ ଆସିବା ପରେ ଦେଖିଲେ ଗିରଫ କରିବାକୁ ବସିଛି ପୋଲିସ୍

ନୂଆଦିଲ୍ଲୀ: ୭ ମାସ ହେଲା କୋମାରେ ଥିଲେ ବ୍ୟକ୍ତି। ହୋସ୍ ଆସିଲା ପରେ ଦେଖିଲା ବେଳକୁ ପାଖରେ ଗରିଫ କରିବାକୁ ବସିଛି ପୋଲିସ। କାରଣ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ପ୍ରେମିକାକୁ ହତ୍ୟା କରିବାର ଅଭିଯୋଗ। ନିଜେ ଯୁବକ ମଧ୍ୟ ଚତୁର୍ଥ ମହଲାରୁ ପଡ଼ିଯାଇଥିଲା। ଆଉ ସେହିଦିନ ଠାରୁ ଦୀର୍ଘ ୭ ମାସ ହେବ କୋମାରେ ଥିଲା। ଆଉ ଡାକ୍ତରଖାନାରେ ତାର ଚିକିତ୍ସା କରାଯାଉଥିଲା। ଦକ୍ଷିଣ ସିଡ୍‌ନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନ୍‌ ମାସରୁ ନିଜ […]

୭ ମାସ କୋମାରେ ଥିଲେ, ହୋସ୍‌ ଆସିବା ପରେ ଦେଖିଲେ ଗିରଫ କରିବାକୁ ବସିଛି ପୋଲିସ୍

Queensland-Australia-police

Advertisment

ନୂଆଦିଲ୍ଲୀ: ୭ ମାସ ହେଲା କୋମାରେ ଥିଲେ ବ୍ୟକ୍ତି। ହୋସ୍ ଆସିଲା ପରେ ଦେଖିଲା ବେଳକୁ ପାଖରେ ଗରିଫ କରିବାକୁ ବସିଛି ପୋଲିସ। କାରଣ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ପ୍ରେମିକାକୁ ହତ୍ୟା କରିବାର ଅଭିଯୋଗ। ନିଜେ ଯୁବକ ମଧ୍ୟ ଚତୁର୍ଥ ମହଲାରୁ ପଡ଼ିଯାଇଥିଲା। ଆଉ ସେହିଦିନ ଠାରୁ ଦୀର୍ଘ ୭ ମାସ ହେବ କୋମାରେ ଥିଲା। ଆଉ ଡାକ୍ତରଖାନାରେ ତାର ଚିକିତ୍ସା କରାଯାଉଥିଲା।

Advertisment

Mississippi's Crime Rate is Down - Empower Mississippi

ଦକ୍ଷିଣ ସିଡ୍‌ନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନ୍‌ ମାସରୁ ନିଜ ଆପାର୍ଟମେଣ୍ଟର ୪ର୍ଥ ମହଲାରୁ ତଳେ ପଡ଼ିଯାଇଥିଲା। ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ବ୍ୟକ୍ତି କୋମାକୁ ଚାଲିଯାଇଥିଲା। ଏହାପରଦିନ ପୋଲିସ ଯେତେବେଳେ ଆପାର୍ଟମେଣ୍ଟରେ ପହଞ୍ଚିଥିଲା ସେତେବେଳେ ଏକ ୧୯ ବର୍ଷୀୟ ମହିଳାଙ୍କ ମୃତଦେହ ଆପାର୍ଟମେଣ୍ଟରେ ପଡ଼ିଥିବା ଦେଖିବାକୁ ପାଇଥିଲା ପୋଲିସ। ଏହି ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପୋଲିସ ଅଭିଯୋଗ କରିଛି।

प्रतीकात्मक तस्वीर

ତେବେ ବ୍ୟକ୍ତି ଜଣକ ଜାଣିଶୁଣି ଛାତରୁ ଡେଇଁ ପଡ଼ିଥିଲେ କି ଅଜଣାତରେ ପଡ଼ିଯାଇଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ପୋଲିସ ସୂଚନା ଅନୁସାରେ ସାଧାରଣ ଲୋକଙ୍କ କହିବାନୁସାରେ ଏହି ବ୍ୟକ୍ତି ଚତୁର୍ତ ମହଲାର କମନ ପ୍ଲେସ୍‌ରୁ ତଳକୁ ଖସିବାରୁ ଦେଖାଯାଇଥିଲା। ଯେହେତୁ କମନ ପ୍ଲେସ୍‌ରୁ ବ୍ୟକ୍ତି ଜଣକ ତଳକୁ ଖସୁଥିବାର ଦେଖାଯାଇଥିଲେ ତେଣୁ ବ୍ୟକ୍ତି ଜଣକ ଆଡ୍‌ଭେଞ୍ଚର କରିବା ଚେଷ୍ଟା କରୁଥିଲା କିମ୍ବା ଆତ୍ମହତ୍ୟ କରିବାକୁ ଚେଷ୍ଟା କରୁଥିଲା ବୋଲି ପୋଲିସ୍‌ ସନ୍ଦେହ କରୁଛି।

Advertisment

Crime rate rises in 2017; women remain vulnerable, shows NCRB data |  Business Standard News

ସୂଚନା ଅନୁସାରେ ବ୍ୟକ୍ତି ଜଣକ ଓ ମୃତ ମହିଳା ଚୀନର ମୂଳ ବାସିନ୍ଦା। ପାଠ ପଢ଼ିବାକୁ ଷ୍ଟୁଡେଣ୍ଟ ଭିଜାରେ ଏମାନେ ଅଷ୍ଟ୍ରେଲିଆ ଯାଇଥିଲେ। ତେବେ ଏହି ଘଠଣାରେ ବ୍ୟକ୍ତିର ଜାମିନ ନାମୁଞ୍ଜର ହୋଇଥିବା ବେଳେ ଘଟଣାରେ କୋର୍ଟ ଚାଲାଣ ହେବା ଶୁନିଶ୍ଚିତ ବୋଲି ସିଡ୍‌ନୀ ପୋଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ