/odishatv-khabar/media/post_attachments/uploadimage/library/16_9/16_9_0/granny_1625431473.jpg)
granny
କୋଲକାତା: ବୟସ ୯୩, ତଥାପି ମନ କି ଶରୀର ଥକି ନାହିଁ। ଏହି ବୟସରେ ଯେଉଁଠି ଛିଡ଼ା ହେବା ତ ଦୂରର କଥା, ସେଇଠି ଡାନ୍ସ କରିବା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅଦ୍ଭୁତ କଥା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହଁ, ଏହା ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ୯୩ ବର୍ଷୀୟା ଜେଜେମା ନିଜର ଜନ୍ମଦିନରେ ଜବରଦସ୍ତ ଡାନ୍ସ କରିଛନ୍ତି, ଯାହାର ଭିଡିଓକୁ ଫେସବୁକରେ ପୋଷ୍ଟ କରିଛନ୍ତି ତାଙ୍କ ପରିବାର।
ଭିଡିଓରେ ଦେଖିବାକୁ ମିଳିଛି ଯେ ଜେଜେମା ୨୦୧୮ରେ ରିଲିଜ୍ ହୋଇଥିବା ରଣବୀର ସିଂହ ଓ ସାରା ଅଲୀ ଖାନଙ୍କ ବଲିଉଡ୍ ଫିଲ୍ମ 'ସିମ୍ବା'ର ସୁପରହିଟ୍ ଗୀତ 'ଆଁଖ ମାରେ'ରେ ଜେଜେମା ଡାନ୍ସ କରିଛନ୍ତି। ଡାନ୍ସ କରୁଥିବା ବେଳେ ଜେଜେମା'ଙ୍କୁ ଚିୟର୍ କରିଛନ୍ତି ତାଙ୍କ ପରିବାର।
ଜେଜେମାଙ୍କର ୯୩ତମ ଜନ୍ମଦିନକୁ ପରିବାର ଲୋକେ ଖୁବ୍ ଧୁମଧାମରେ ପାଳନ କରିଛନ୍ତି, ଯେଉଁଥିରେ ଜେଜେମା ନିଜ ମୁଣ୍ଡରେ ବର୍ଥ ଡେ' ଟୋପି ଏବଂ ଚକଲେଟ୍ କେକ୍ ଦେଖିବାକୁ ମିଳିଛି। ଜେଜେମା ମଧ୍ୟ ସୁନ୍ଦର ଶାଢ଼ୀ ପିନ୍ଧିଥିବା ବେଳେ ବେକରେ ସୁନା ନେକଲେସ୍ ପରିଧାନ କରିଛନ୍ତି।
ଜନ୍ମଦିନ ପାଳନର କିଛି ଫଟୋକୁ ଫେସବୁକରେ ଶେଆର୍ କରାଯାଇଛି। ଏହି ଭିଡିଓକୁ ସାଢ଼େ ୪ହଜାରରୁ ଅଧିକଥର ଶେଆର୍ କରାଯାଇଥିବା ବେଳେ ୪ହଜାର ଲାଇକ୍ ମଧ୍ୟ ମିଳିଛି। ଏହାସହ ହଜାର ହଜାର ସଂଖ୍ୟକ ଏହି ଭିଡିଓକୁ ଦେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)