telengana
ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡି ଘଟିଛି। ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି।
ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଏବେବି ନିଖୋଜ ଅଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ୪ ଜଣ ଆସିଷ୍ଟାଣ୍ଟ ଇଞ୍ଜିନୟର, ଦୁଇଜଣ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟଙ୍କ ସହିତ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି।
/odishatv-khabar/media/post_attachments/images/2020/aug/fireintelangana_f.jpg)
ପ୍ରାଥମିକ ରିପୋର୍ଟ ଅନୁସାରେ ସର୍ଟ ସାର୍କିଟ ଯୋଗୁ ଅଣ୍ଡରଗ୍ରାଉଣ୍ଡ ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଅଗ୍ନିଶମ ବାହୀନୀଙ୍କ ସହିତ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଏହି ଘଟଣା ପରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ତାଙ୍କର ଶ୍ରୀସାଇଲାମ ଗସ୍ତକୁ ରଦ୍ଦ କରିଛନ୍ତି। ଆଜି ସେ ସେଠାରେ ଜଳ ଆରତୀ କରିବା ପାଇଁ ଯିବାର ଥିଲା। ଅନ୍ୟପଟେ ଘଟଣା ଉପରେ ପୂରା ନଜର ରଖାଯାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ରାଓ ସୂଚନା ଦେଇଛନ୍ତି।
ପାୱାର ପ୍ଲାଣ୍ଟରେ ନିଆଁ ଲାଗିବା ପରେ ରାତିରେ ହିଁ ତେଲେଙ୍ଗାନାର ଶକ୍ତିମନ୍ତ୍ରୀ ଜଗଦିଶ ରେଡ୍ଡୀ ଓ ମନ୍ତ୍ରୀ ନିରଞ୍ଜନ ରେଡ୍ଡୀ ସିଏମ୍ଡି ପ୍ରଭାକର ରାଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ପ୍ଲାଣ୍ଟରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି। କାହିଁକି ଏପରି ଘଟିଲା ସେ ବିଷୟରେ ତଦନ୍ତ କରାଯିବ। ଚେବେ ବର୍ତ୍ତମାନ ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସିଏମ୍ଡି ରାଓ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/telengana_1625408433.jpg)