Advertisment

ପଞ୍ଜାବ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି; ୧୩ କର୍ମଚାରୀ ନିଲମ୍ବିତ

ଚଣ୍ଡିଗଡ଼: ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ତର୍ନତାରନ ଜିଲ୍ଲାରୁ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଏହି ବିଭୀଷିକାର ତନାଘନା ଜାରି ରହିଥିବା ବେଳେ ରାଜ୍ୟର ୭ ଅବକାରୀ ଅଧିକାରୀ, ୨ DSP ଓ ୪ SHOଙ୍କୁ ନିଲମ୍ବିତ କରାଯାଇଛି। ଦୋଷୀଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେପଟେ କାରଣ ଅନେକ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ସେମାନେ ପୋଲିସକୁ ନଜଣାଇ […]

ପଞ୍ଜାବ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି;  ୧୩ କର୍ମଚାରୀ ନିଲମ୍ବିତ

punjab

Advertisment

ଚଣ୍ଡିଗଡ଼: ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ତର୍ନତାରନ ଜିଲ୍ଲାରୁ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଏହି ବିଭୀଷିକାର ତନାଘନା ଜାରି ରହିଥିବା ବେଳେ ରାଜ୍ୟର ୭ ଅବକାରୀ ଅଧିକାରୀ, ୨ DSP ଓ ୪ SHOଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଦୋଷୀଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେପଟେ କାରଣ ଅନେକ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ସେମାନେ ପୋଲିସକୁ ନଜଣାଇ ଶବ ସକ୍ତାର କରିଦେଉଥିବା ପଞ୍ଜାବ ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବୁଧବାର ରାତିରେ ରାଜ୍ୟରେ ବିଷାକ୍ତ ମଦ ମୃତ୍ୟୁ ବିଭୀଷିକା ପରେ ଗଲା ତିନି ଦିନ ଧରି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜପୁରାରୁ ଏହି ବିଷାକ୍ତ ମଦ ଆସୁଥିବା ଜଣାପଡ଼ିବା ପରେ ପୋଲିସ ଏହି ଅଞ୍ଚଳରେ ଥିବା ରାସ୍ତାକଡ଼ ଢାବା ଗୁଡ଼ିକରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ବହୁ ପରିମାଣର ରାସାୟନିକ ଦ୍ରବ୍ୟ ଜବତ କରାଯାଇଛି।

Advertisment

ସେପଟେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ପୋଲିସ ଏଯାଏଁ ମୋଟ ୯ ଜଣଙ୍କୁ ଗିରଫ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ