Advertisment

କୋଝିକୋଡ଼ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ହସ୍‌ପିଟାଲରୁ ଡିସ୍‌ଚାର୍ଜ

କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ […]

ଅଦ୍ୟତନ ହୋଇଛି
କୋଝିକୋଡ଼ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ହସ୍‌ପିଟାଲରୁ ଡିସ୍‌ଚାର୍ଜ

air-india

Advertisment

କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ ଜଣ ଯାତ୍ରୀଙ୍କୁ ଧରି କୋଝିକୋଡକୁ ଆସୁଥିଲା। ଏଥିରେ ୧୮ ଜଣଙ୍କର ଜୀବନ ଯାଇଥିଲା। ଯେଉଁଥିରେ ବିମାନର ପାଇଲଟ ବସନ୍ତ କୁମାର ସାଥେଙ୍କ ସହିତ ଅନ୍ୟ ଜଣେ ପାଇଲଟ‌ଙ୍କର ବି ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଥିଲେ କେରଳ ସରକାର।  ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ