Advertisment

୮ ମାସର ନବଜାତ ବି କରୋନା ପଞ୍ଝାରେ!

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି। ଏହି ପିଲାମାନଙ୍କ ପାଖରେ କାଶ ଓ ନିମୋନିଆ ଭଳି ଗମ୍ଭୀର ଲକ୍ଷଣ ଦେଖାଯିବା କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କରୋନାର ପ୍ରଥମ ଲହର ପିଲାମାନଙ୍କ ପ୍ରତି ବିପଦପୂର୍ଣ୍ଣ […]

author-image
Pramod Behera
୮ ମାସର ନବଜାତ ବି କରୋନା ପଞ୍ଝାରେ!

2

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି। ଏହି ପିଲାମାନଙ୍କ ପାଖରେ କାଶ ଓ ନିମୋନିଆ ଭଳି ଗମ୍ଭୀର ଲକ୍ଷଣ ଦେଖାଯିବା କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

Advertisment

publive-image

କରୋନାର ପ୍ରଥମ ଲହର ପିଲାମାନଙ୍କ ପ୍ରତି ବିପଦପୂର୍ଣ୍ଣ ନ ଥିବା ବେଳେ ସେମାନଙ୍କ ପାଖରେ ଏହାର ଗମ୍ଭୀର ଲକ୍ଷଣମାନ ମଧ୍ୟ ଦେଖାଯାଉ ନ ଥିଲା। କିନ୍ତୁ ଏଥର ଅବସ୍ଥା ବଦଳି ଯାଇଛି। ଲୋକ ନାୟକ ହସପିଟାଲର ମେଡିକାଲ ଡାଏରେକ୍ଟର ଡାକ୍ତର ସୁରେଶ କୁମାରଙ୍କ କହିବା କଥା, ନିକଟରେ ତାଙ୍କ ଡାକ୍ତରଖାନାରେ ଏହିଭଳି ୮ ଜଣ ପିଲା ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ପାଖରେ କରୋନାର ଗମ୍ଭୀର ଲକ୍ଷଣମାନ ଦୃଷ୍ଟିଗୋଚର ହୋ‍ଇଛି। ଏଥିରୁ ଜଣେ ଶିଶୁର ବଯସ ୮ ମାସ ହୋଇଥିବା ବେଳେ ଅନ୍ୟମାନେ ୧୨ ବର୍ଷରୁ କମ ଅଛନ୍ତି। ଏହିସବୁ ପିଲାମାନଙ୍କ ପାଖରେ କାଶ, ନିମୋନିଆ, ବଦହଜମି ଓ ସ୍ୱାଦଜନିତ ସମସ୍ୟା ଥିବା ସେ କହିଛନ୍ତି।

publive-image

ସାର୍ ଗଙ୍ଗାରାମ ହସପିଟାଲରେ ମଧ୍ୟ କରୋନା ସଂକ୍ରମିତ କିଛି ପିଲା ଭର୍ତ୍ତି ହୋଇଛନ୍ତି। ଏହି ହସପିଟାଲର ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ଧୀରେନ ଗୁପ୍ତା କୁହନ୍ତି ଯେ କରୋନା ସଂକ୍ରମିତ ଅନେକ ପିଲାମାନଙ୍କ ପରିବାର ପକ୍ଷରୁ ତାଙ୍କ ପାଖକୁ ପ୍ରତିଦନ ୨୦-୩୦ ଫୋନ ଆସୁଥିବା ବେଳେ ଲୋକେ ମଧ୍ୟ ଭିଡିଓ ପରାମର୍ଶ ନେବା ପାଇଁ କହୁଛନ୍ତି।

Advertisment

publive-image

ଗୁଡଗାଁଓର ଫୋର୍ଟିସ୍ ମେମୋରିଅଲ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ର ଶିଶୁ ରୋଗ ବିଭାଗ ନିର୍ଦ୍ଦେଶକ ଓ ପ୍ରମୁଖ ଡାକ୍ତର କୃଷ୍ଣ ଚୁଘଙ୍କ କହିବା କଥା, ବୟସ୍କଙ୍କ ତୁଳନାରେ କରୋନା ସଂକ୍ରମିତ ପିଲାମାନଙ୍କୁ ଆରୋଗ୍ୟ କରିବା ନେଇ ବହୁତ ମୁସ୍କିଲ ହେଉଛି। କରୋନା ସଂକ୍ରମିତ ପିଲାମାନଙ୍କ ଚିକିତ୍ସା ନେଇ କୌଣସି ଅଲଗା ୱାର୍ଡ ମଧ୍ୟ ନାହିଁ। ସେ ଆହୁରି ମଧ୍ୟ କୁହନ୍ତି ଯେ ପିଲାମାନଙ୍କୁ ରେମଡେସିୱିର ଭଳି ଏଣ୍ଟି-ଭାଇରାଲ ଔଷଧ ମଧ୍ୟ ଦିଆଯାଇ ପାରିବ ନାହିଁ। କାଶ ବା କଫର ଔଷଧ ଦେଇ ସେମାନଙ୍କ ଚିକିତ୍ସା କରିବାକୁ ଚେଷ୍ଟା କରାଯାଉଥିବା ସେ କୁହନ୍ତି। ହରିଆନାରେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ହିସାବ ଅନୁସାରେ ମାର୍ଚ୍ଚ ୧୫ ଓ ଏପ୍ରିଲ୍ ୧୧ ମଧ୍ୟରେ ୪୧,୩୪୨ ପଜିଟିଭ୍ କେଶ ମଧ୍ୟ୍ରୁ ୩.୪୪୫ଟି କେଶ ୧୦ ବର୍ଷରୁ ଛୋଟ ପିଲାଙ୍କ ପାଖରେ ଥିଲା।

publive-image

ଡାକ୍ତରମାନଙ୍କ କହିବା କଥା, ପିଲାମାନଙ୍କ ପାଖରେ କରୋନା ଲକ୍ଷଣ ମିଳୁଥିବାରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଇରସରେ ବ୍ୟାପକ ପରିବର୍ତ୍ତନ ଆସିଛି। କିଛି ଗମ୍ଭୀର ମାମଲାରେ ପିଲାମାନଙ୍କ ମୃତ୍ୟୁ ଖବର ମଧ୍ୟ ଆସୁଛି।

Advertisment
Advertisment