/odishatv-khabar/media/post_attachments/uploadimage/library/16_9/16_9_0/snake_1625307198.jpg)
snake
ମୁମ୍ବାଇ: ରାସ୍ତା ଉପରେ ୮ ଫୁଟ୍ ଲମ୍ବର ବିରାଟ ଅଜଗର ଶୋଇଥିବାର ଦେଖିବାକୁ ମିଳିଛି। ମୁମ୍ବାଇରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୁମ୍ବାଇ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେୱରେ ଶୋଇ ରହିଥିଲା ଏହି ବିରାଟ ଅଜଗରଟି। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସାପ ଦେଖିବାକୁ ଲୋକଙ୍କ ଭି଼ଡ଼ ମଧ୍ୟ ଜମିଥିଲା।
Advertisment
ରାସ୍ତା ଉପରକୁ ଏତେବଡ଼ ସାପ ଚାଲିଆସିବା ପରେ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଛନ୍ତି।
ସାପଟିକୁ ଉଦ୍ଧାର ପାଇଁ ଚେଷ୍ଟା କରାଯିବା ବେଳେ ଏହା ରାସ୍ତା ଉପରେ ଏଣେତେଣେ ଯିବାକୁ ଲାଗିଥିଲା। ଏପରିକି ଏକ କାରର ଚକା ତଳେ ଏହା ଗୁଡ଼ାଇ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା। ବହୁ କସରତ ପରେ ବନ ବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)