Advertisment

ଶେଷ ପର୍ଯ୍ୟାୟର ହେଭିୱେଟ୍‌

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍‌ରାଜନ ପ୍ରମୁଖ। ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍‌ରୁ […]

author-image
Mihir Pattnayak
ଶେଷ ପର୍ଯ୍ୟାୟର ହେଭିୱେଟ୍‌

uu

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍‌ରାଜନ ପ୍ରମୁଖ।

Advertisment

ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍‌ରୁ ଶତ୍ରୁଘ୍ନ ସିହ୍ନା ଲଢୁଥିବା ବେଳେ ସେଠାରେ ତାଙ୍କୁ ଏଥର ଟକ୍କର ଦେଉଛନ୍ତି ବିଜେପିରୁ ରବିଶଙ୍କର ପ୍ରସାଦ। ସାସାରାମରୁ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ମୀରା କୁମାର, ପାଟଳିପୁତ୍ରରୁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଳ ଯାଦବ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ଜେଡିୟୁରୁ ଲାଲୁଙ୍କ ଝିଅ ମିସା ଯାଦବ। କାରାକଟ୍ରୁ ଉପେନ୍ଦ୍ର କୁଶୱା, ପଞ୍ଜାବର ଗୁରୁଦାସପୁରରୁ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ, ସେହି ସିଟ୍‌ରୁ ତାଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସରୁ ସୁନୀଲ ଝାକର୍, ଆନନ୍ଦପୁର ସାହେବରୁ କଂଗ୍ରେସ ପ୍ରାର୍ଥୀ ମନିଷ ତିୱାରୀ ଏବଂ ଚଣ୍ଡିଗଡ଼ରୁ ବିଜେପି ପ୍ରାର୍ଥୀ କିରନ୍ ଖେର୍ ନିର୍ବାଚନ ଲଢ଼ୁଛନ୍ତି। ତେବେ ଏସବୁ ଭିତରେ ସମସ୍ତଙ୍କ ନଜର ରହିଛି ଆଜି ହେବାକୁ ଥିବା ଏକ୍‌ଜିଟ୍ ପୋଲ୍ ଉପରେ । ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ସେମାନଙ୍କ ଏକ୍‌ଜିଟ୍ ପୋଲ୍ ପ୍ରକାଶ କରିବେ।

Left Top
Advertisment
Advertisment