/odishatv-khabar/media/post_attachments/uploadimage/library/16_9/16_9_0/jee_1625390838.jpg)
jee
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଛନ୍ତି।
କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ NEET-JEE ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ଶିକ୍ଷାର୍ଥୀଙ୍କ ଜୀବନ ପ୍ରତି ଏଭଳି ପରୀକ୍ଷା ଦ୍ୱାରା ସଂକ୍ରମଣର ବିପଦ ରହିଛି ବୋଲି ଅନେକ ଲୋକ କହିଛନ୍ତି। ଏହା ବିରୋଧରେ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଅଣ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଭର୍ଚ୍ୟୁଆଲ ବୈଠକ ବସିଥିଲା।
ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ କଂଗ୍ରେସ କ୍ଷମତାସୀନ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ଥିଲେ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଁ ପ୍ରଥମେ ଜେଇଇ ଓ ନିଟ୍ ବିରୋଧରେ ସମସ୍ତେ ଏକାଠି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯଦି କେନ୍ଦ୍ର ସରକାର NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଯାଉନାହାନ୍ତି, ତା’ହେଲେ ରାଜ୍ୟ ସରକାରମାନେ ଏହା ବିରୋଧରେ ଆବେଦନ କରିବା ଉଚିତ।
ବର୍ତ୍ତମାନ ଟ୍ରେନ ଚଳାଚଳ କରୁନି। ବିମାନ ସେବା ମଧ୍ୟ ଅଧିକ ତ୍ୱରାନ୍ୱିତ ହୋଇନାହିଁ। ଏଭଳି ସ୍ଥିତିରେ କେମିତି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ୭ ରାଜ୍ୟର ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଥିଲେ।
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆମେରିକାର ଉଦାହରଣ ଦେଇ କହିଥିଲେ, 'ଏକ ଆମେରିକୀୟ ରିପୋର୍ଟରେ କୁହାଯାଇଛି ଯେ ବିଦ୍ୟାଳୟ ଖୋଲିବା ପରେ ୯୭,୦୦୦ ପିଲା କରୋନାରେ ସଂକ୍ରମିତ ହୋଇଥିଲେ। ଯଦି ଏଠାରେ ସେଭଳି ପରିସ୍ଥିତି ଉପୁଜେ, ତେବେ ଆମେ କ’ଣ କରିବୁ?'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)