/odishatv-khabar/media/post_attachments/uploadimage/library/16_9/16_9_0/tn_1625359638.jpg)
tn
ଚେନ୍ନାଇ: ତାମିଲନାଡୁର କୁଡୁଲୋରରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ମଧ୍ୟ ରହିଛନ୍ତି।
Advertisment
ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଥିବା କୁଡୋଲର ନିକଟ ଏକ ଗାଁରେ ଆଜି ସକାଳେ ଏହି ଅଘଟଣ ଘଟିଛି।
କରୋନା କଟକଣା କୋହଳ ହେବା ପରେ ତାମିଲନାଡୁ ସରକାର ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଆଗକୁ ଦୀପାବଳି ଥିବାରୁ ବାଣ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)