/odishatv-khabar/media/post_attachments/uploadimage/library/16_9/16_9_0/yu_1626692480.jpg)
yu
ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ମୋଟ୍ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ଭୋଟ୍ ନିଆଯାଇଛି । ଦିଲ୍ଲୀର ସମସ୍ତ ଆସନରେ ହାଇପ୍ରୋଫାଇଲ ଲଢ଼େଇ ହୋଇଛି । ବହୁ ଭିଭିଆଇପିଙ୍କୁ ଭୋଟ୍ ଦେବାର ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଭବନରେ ହୋଇଥିବା ବୁଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟପ୍ରଦେଶରେ ନିଜ ଭାଗ୍ୟ ପରୀକ୍ଷା କରିଥିବାବେଳେ ଦିଲ୍ଲୀର ଚାନ୍ଦିନୀଚୌକ ଆସନରେ ହର୍ଷବର୍ଦ୍ଧନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ସେହିପରି ମଧ୍ୟପ୍ରଦେଶର ଗୁନାରେ କଂଗ୍ରେସ ନେତା ତଥା ରାହୁଲଙ୍କ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଦିଆ। ଭୋପାଳରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ବିଜେପିର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ।
ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସାଧାରଣ ଭୋଟରଙ୍କ ଭଳି ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ କୋବିନ୍ଦ। ସେହିପରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଔରଙ୍ଗଜେବ୍ ଲେନ୍ ସ୍ଥିତ ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ୮୭ ନମ୍ବର ବୁଥକୁ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସୋନିଆ ଗାନ୍ଧି କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ସହ ଯାଇ ନିର୍ମାଣ ଭବନ ଓ ପ୍ରିୟଙ୍କା ଗାନ୍ଧି ଲୋଧି ଇଷ୍ଟେଟ ବୁଥରେ ଭୋଟ୍ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଔରଙ୍ଗଜେବ ଲେନ୍ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, ପ୍ରେମର ବିଜୟ ହେବ।
ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଗୌତମ ଗମ୍ଭୀର ମଧ୍ୟ ଭୋଟ ଦେଇଛନ୍ତି। ପୁରୁଣା ରାଜେନ୍ଦ୍ର ନଗରର ଏକ ବୁଥ୍ରେ ଯାଇ ସେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍ । ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ଉତ୍ତରପ୍ରଦେଶ ପ୍ରୟାଗରାଜରେ ନିଜ ମାତଦାନ ସାବ୍ୟସ୍ତ କରିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭିଦିଶାରେ ଭୋଟ୍ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍ ନେତ୍ରୀ ବ୍ରିନ୍ଦା କରାତ ଭୋଟ୍ ଦେଇଥିବାବେଳେ ନୂଆଦିଲ୍ଲୀରେ ଭୋଟ୍ ଦେଇଛନ୍ତି ପ୍ରକାଶ କରାତ ଓ ସୀତାରାମ ୟେଚୁରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)