Advertisment

ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହ ୨୫ ଷ୍ଟାଫ୍‌ କରୋନା ପଜିଟିଭ୍‌

ସିମଲା: ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍‌ଡ୍ରେନ୍‌ ଭିଲେଜ(TCV) ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭  ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା ଥିବା ବେଳେ ୨୦ ଜଣ ବାଳକ ରହିଛନ୍ତି। ହିମାଚଳ ସରକାରଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ପ୍ରତିକାର ସ୍ୱରୂପ ସ୍କୁଲ୍‌ ପିଲା ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରିବା […]

ଅଦ୍ୟତନ ହୋଇଛି
ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହ ୨୫ ଷ୍ଟାଫ୍‌ କରୋନା ପଜିଟିଭ୍‌

school-repopen

Advertisment

ସିମଲା: ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍‌ଡ୍ରେନ୍‌ ଭିଲେଜ(TCV) ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭  ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା ଥିବା ବେଳେ ୨୦ ଜଣ ବାଳକ ରହିଛନ୍ତି।

Advertisment

ହିମାଚଳ ସରକାରଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ପ୍ରତିକାର ସ୍ୱରୂପ ସ୍କୁଲ୍‌ ପିଲା ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରିବା ପରେ ଏମାନେ ସମସ୍ତେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ ବାହାର ରାଜ୍ୟରୁ ସେମାନଙ୍କର ଆସିବା ନେଇ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ୬୭ ଛାତ୍ରଛାତ୍ରୀ ଓ ୨୫ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସରକାରୀ ସୂଚନା ଅନୁସାରେ  ଟିସିଭି ସ୍କୁଲ୍‌ ପିଲାମଙ୍କର ଅନ୍ୟ ରାଜ୍ୟରୁ ଆସିଥିବା ନେଇ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ଅକ୍ଟୋବର ୨୫ରୁ ୩୧ ତାରିଖ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଲଦାଖ, ମହାରାଷ୍ଟ୍ର ଓ ନେପାଳରୁ ଏହି ଛାତ୍ରଛାତ୍ରୀମାନେ ଆସିଥିବା ପ୍ରବକ୍ତା ସୂଚନା ଦେଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ସେ କହିଛନ୍ତି।

Advertisment

ଏହି ଘଟଣା ପରେ ଜିଲ୍ଲ ପ୍ରଶାସନ ପକ୍ଷରୁ ସ୍କୁଲ୍‌ ପରିସରରେ ଉପଲବ୍ଧ ଥିବା ସୁବିଧା ତଦାରଖ କରିବା ପରେ ସମସ୍ତ ଛାତ୍ରଛାତ୍ରୀ ଓ ସ୍କୁଲ୍‌ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଛି। ସମସ୍ତେ ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି, ଯଦି ଦରକାର ପଡ଼େ ତେବେ ସେମାନଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ