Advertisment

ଚାଇନାକୁ ବିକ୍ରି ହୋଇଛନ୍ତି ୬୨୯ ଯୁବତୀ

ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍‌ ପ୍ରେସ୍‌ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଇଛି। ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ […]

author-image
Pradesh Pratyush
ଚାଇନାକୁ ବିକ୍ରି ହୋଇଛନ୍ତି ୬୨୯ ଯୁବତୀ

girl traffiking

ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍‌ ପ୍ରେସ୍‌ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଇଛି।

Advertisment

ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ ଚପାଇବାକୁ ପ୍ରୟାସ ଚାଲିଛି। ତେବେ ଏସବୁ ସତ୍ତ୍ୱେ ଯୁବତୀ ଚାଲାଣ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଗତ ଅକ୍ଟୋବରରେ ହିଁ ଫୈଜଲାବାଦର ଏକ କୋର୍ଟ ୩୧ ଜଣଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏପରିକି ପୁଲିସ୍‌ କିଛି ଏଭଳି ଯୁବତୀଙ୍କୁ କୋର୍ଟରେ ହାଜର କରାଇଥିଲେ ମଧ୍ୟ ସେମାନେ ଅର୍ଥ ଏବଂ ଧମକ ପ୍ରଭାବରେ ବୟାନ ବଦଳାଇଛନ୍ତି। ଜଣେ କୋର୍ଟ ଅଧିକାରୀ ଏବଂ ଜଣେ ପୁଲିସ୍‌ ଅଧିକାରୀ ପରିଚୟ ଗୋପନ ରଖି କହିଛନ୍ତି।

publive-imageତେବେ ସ୍ଥାନୀୟ ସରକାର ଅବିଶ୍ୱସନୀୟ ନିରବତା ଅବଲମ୍ବନ କରୁଥିବାରୁ ଏହା ବଢ଼ିବାରେ ଲାଗିଛି। ଜଣେ ଅଧିକାରୀ ପରିଚୟ ଗୋପନ ରଖି କହିଛନ୍ତି, “କେହି ମଧ୍ୟ ଏହି ଯୁବତୀମାନଙ୍କ ପାଇଁ କିଛି କରୁନାହାନ୍ତି। ଏହି ରାକେଟ୍‌ ବଢ଼ିବାରେ ଲାଗିଛି। ଏପରି ହେବାର କାରଣ ସେମାନେ ଜାଣନ୍ତି  ସେମାନଙ୍କର କିଛି ହେବାର ନାହିଁ। କର୍ତ୍ତୃପକ୍ଷ ମୁଣ୍ଡ ଖେଳାଉନାହାନ୍ତି। ତଦନ୍ତ ନ କରିବା ପାଇଁ ବିଭିନ୍ନ ଆଡ଼ୁ ଚାପ ପଡ଼ୁଛି। ଟ୍ରାଫିକିଂ ବଢ଼ିବାରେ ଲାଗିଛି। ମୁଁ ମୋ କଥା ଯଦି ବୁଝିବି, ମାନବିକତା କୁଆଡ଼େ ଯିବ?”

Advertisment

ତେବେ ଚାଇନାର ସହ ପାକିସ୍ତାନୀଙ୍କ ସମ୍ପର୍କ ବୃଦ୍ଧି କରାଇବା ପାଇଁ ଚେଷ୍ଟା କରରଯାଉଛି ଦର୍ଶାଇ ଆଇନ ଏବଂ ନିୟମ ଆଧାରରେ ୨ ଦେଶର ବର କନ୍ୟାଙ୍କୁ ବାହାଘର କରାଯାଉଥିବା ଚାଇନା ପକ୍ଷରୁ କୁହାଯାଇଛି। ଏପି ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି, ପାକିସ୍ତାନର ଖ୍ରୀଷ୍ଟିଆନ୍‌ମାନଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଛି। ଯୁବତୀମାନଙ୍କ ଘର ଲୋକଙ୍କୁ ଲୋଭ ଦେଖାଇ ଅଣାଯିବା ପରେ ଚାଇନା ଲୋକଙ୍କ ସହ ପଠାଇଦିଆଯାଉଛି। ଏ ଯୁବତୀମାନେ ସେଠାରେ ସ୍ତ୍ରୀ ବା ପରିବାରର ସଦସ୍ୟର ମାନ୍ୟତା ପାଇବା ବଦଳରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଉଛି। ଏପରିକି ଚାଇନାରେ ସେମାନଙ୍କୁ ବେଶ୍ୟା ବୃତ୍ତିରେ ଲଗାଯାଉଥିବା ତଦନ୍ତରୁ ସୁରାକ ମିଳିଛି।

ପାକିସ୍ତାନର ଇଣ୍ଟିଗ୍ରେଟେଡ୍‌ ବର୍ଡର ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ ଅନୁଯାୟୀ ସେମାନଙ୍କୁ ୬୨୯ ମହିଳାଙ୍କୁ ଚାଇନା ପଠାଇଦିଆଯାଉଛି। ଏହି ସିଷ୍ଟମ୍‌ରେ ଦେଶର ବିମାନ ବନ୍ଦରରେ ସମସ୍ତ ଟ୍ରାଭେଲ ଡକ୍ୟୁମେଣ୍ଟର ତଥ୍ୟ ରହୁଥିବାରୁ ଏହା ଜରିଆରେ ତାଲିକା କରାଯାଇଛି। ଏଥିରେ ଯୁବତୀଙ୍କ ଜାତୀୟ ପରିଚୟପତ୍ର ସଂଖ୍ୟା ମଧ୍ୟ ରହୁଛି। ଏଥିସହ ଚାଇନାରେ ରହୁଥିବା ଭାବି ସ୍ୱାମୀ ଏବଂ ବାହାଘର ତାରିଖ ମଧ୍ୟ ଥାଏ।

Advertisment
Advertisment