/odishatv-khabar/media/post_attachments/uploadimage/library/16_9/16_9_0/old-man_1625391904.jpg)
old-man
ନୂଆଦିଲ୍ଲୀ: କଥାରେ ଦୃଢ଼ ମନୋବଳ ଆଗରେ ବୟସ ହାର ମାନିଥାଏ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ପାନିପତରେ। ପାନିପତରେ ରହୁଥିବା ଜମସେର୍ ସିଂହ ସାନ୍ଧୁ ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ସେ ନିଜର ପ୍ରତି ଜନ୍ମଦିନରେ ଏମିତି ନିଆରା ଢଙ୍ଗରେ ପାଳିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି।
ଜମସେର୍ ନିଜର ଜନ୍ମଦିନରେ ସେତିକି କିଲୋମିଟର୍ ଦୌଡ଼ନ୍ତି, ଯେତିକି ବର୍ଷରେ ସେ ପଦାର୍ପଣ କରନ୍ତି। ଅର୍ଥାତ୍ ଏଥର ଜମସେର୍ ୬୨ ବର୍ଷରେ ପଦାର୍ପଣ କରିଛନ୍ତି, ତେଣୁ ସେ ୬୨.୪ କିଲୋମିଟର୍ ଦୌଡ଼ି ନିଜ ବୟସର ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଲୋକେ ତାଙ୍କର ଏହି ଉତ୍ସାହକୁ ସଲାମ୍ କରୁଛନ୍ତି।
https://twitter.com/FlyingSandhu/status/1298128684805689345?s=20
ଜମସେର୍ ଅଗଷ୍ଟ ୨୫ ତାରିଖରେ ଦୌଡ଼ୁଥିବାର ଭିଡିଓ ଟ୍ୱିଟରରେ ଶେଆର୍ କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି, 'ମୁଁ ନିଜର ଜୀବନର ୬୨ ବର୍ଷ ପୂରଣ କରିଛି ଏବଂ ଏହି ଅବସରରେ ୬୨.୪ କିଲୋମିଟର ଦୌଡ଼ ପୂରଣ କରିଛି। ଏବେ ମୁଁ ମୋ ବୟସଠାରୁ ଆଗରେ ଅଛି।' ତାଙ୍କର ଏହି ଭିଡିଓ ପୋଷ୍ଟ ହେବା ପରେ ୨ଲକ୍ଷରୁ ଅଧିକ ଲୋକେ ଦେଖିସାରିଥିବା ବେଳେ ପାଖାପାଖି ୨୦ହଜାର ଲାଇକ୍ ମିଳିସାରିଛି।
ଜମସେର୍ ରାତି ୧୨ଟା ବେଳେ ପାନିପତ୍ ସେକ୍ଟର-୬ରୁ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ୬୨.୪ କିଲୋମିଟର୍ ଦୌଡ଼ିବା ପାଇଁ ୭ ଘଣ୍ଟା ୩୨ ମିନିଟ୍ ସମୟ ନେଇଥିଲେ। ୨୦୧୦ରେ ସେ ଯେତେବେଳେ ଅସୁସ୍ଥ ଥିଲେ, ଡାକ୍ତର ତାଙ୍କୁ ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଯାହାପରଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି। ଦୌଡ଼ିବା ଦ୍ୱାରା ହାର୍ଟ ସୁସ୍ଥ ରହିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୋଇଥାଏ ବୋଲି ସମସେର୍ କରିଛନ୍ତି। ସମସେର୍ ମଧ୍ୟ ଅନେକ ମାରାଥନରେ ଅଂଶଗ୍ରହଣ କରିସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)