Advertisment

ସିଏଏ ବିରୋଧ ଆନ୍ଦୋଳନ : ଉତ୍ତରପ୍ରଦେଶରେ ୬ ମୃତ

ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]

author-image
Pradesh Pratyush
ସିଏଏ ବିରୋଧ ଆନ୍ଦୋଳନ : ଉତ୍ତରପ୍ରଦେଶରେ ୬ ମୃତ

caa

ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।”

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍‌ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି।

ଅନ୍ୟ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ କାହାକୁ ଗୁଳି ମାରିନୁ। ଯଦି କିଛି ଗୁଳି ଚାଲିଥିବ ଏହା ଆନ୍ଦୋଳନକାରୀମାନେ ଚଲାଇଥିବେ।”

Advertisment
Advertisment
Advertisment