telengna
ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି।
ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ। ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଥିଲେ। ଏହି ୯ ଜଣଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ୪ ଜଣ ଆସିଷ୍ଟାଣ୍ଟ ଇଞ୍ଜିନୟର, ଦୁଇଜଣ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟଙ୍କ ସହିତ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଏବେ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ ସର୍ଟ ସାର୍କିଟ ଯୋଗୁ ଅଣ୍ଡରଗ୍ରାଉଣ୍ଡ ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଅଗ୍ନିଶମ ବାହୀନୀଙ୍କ ସହିତ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ପାୱାର ପ୍ଲାଣ୍ଟରେ ନିଆଁ ଲାଗିବା ପରେ ରାତିରେ ହିଁ ତେଲେଙ୍ଗାନାର ଶକ୍ତିମନ୍ତ୍ରୀ ଜଗଦିଶ ରେଡ୍ଡୀ ଓ ମନ୍ତ୍ରୀ ନିରଞ୍ଜନ ରେଡ୍ଡୀ ସିଏମ୍ଡି ପ୍ରଭାକର ରାଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ପ୍ଲାଣ୍ଟରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି। କାହିଁକି ଏପରି ଘଟିଲା ସେ ବିଷୟରେ ତଦନ୍ତ କରାଯିବ। ଚେବେ ବର୍ତ୍ତମାନ ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସିଏମ୍ଡି ରାଓ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/telengna_1625407203.jpg)