Advertisment

ଦେଶରେ ୫୯୪ ଡାକ୍ତରଙ୍କ ଜୀବନ ନେଲାଣି କରୋନାର ୨ୟ ଲହର

ନୂଆଦିଲ୍ଲୀ: ଘାତକ ହେଉଛି କୋଭିଡ୍‌ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ତା’ର କବ୍‌ଜାକୁ ନେଇଗଲାଣି।  ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜ…

ଅଦ୍ୟତନ ହୋଇଛି
ଦେଶରେ ୫୯୪ ଡାକ୍ତରଙ୍କ ଜୀବନ ନେଲାଣି କରୋନାର ୨ୟ ଲହର

covid doctor

Advertisment

ନୂଆଦିଲ୍ଲୀ: ଘାତକ ହେଉଛି କୋଭିଡ୍‌ର ଦ୍ୱିତୀୟ ଲହର । କୋଭିଡର ଏଇ ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ତା’ର କବ୍‌ଜାକୁ ନେଇଗଲାଣି।  ବିଶେଷକରି କରୋନାର ଶିକାର ହେଉଛନ୍ତି କରୋନା ସମ୍ମୁଖ ଯୋଦ୍ଧା । କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଛନ୍ତି ଏମାନେ।

Advertisment

ଭାରତୀୟ ମେଡିକାଲ ଆସୋସିଏସନ୍ ଆଇଏମ୍ଏର ତଥ୍ୟ ଅନୁଯାୟୀ କରୋନାର ଦ୍ୱିତୀୟ ଲହରରେ ଏଯାଏଁ ପ୍ରାଣ ହରାଇଲେଣି ୫୯୪ ଡାକ୍ତର । ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ବିହାରରେ ୯୬ ଡାକ୍ତରଙ୍କ ମୃତ୍ୟୁ  ଘଟିଛି ।

ସେହିପରି ଉତ୍ତରପ୍ରଦେଶରେ ୬୭, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡରେ ୩୯, ତେଲେଙ୍ଗାନାରେ ୩୨ ଓ ଗୁଜରାଟରେ ୩୧ ଡାକ୍ତରଙ୍କର କରୋନାରେ ମୃତ୍ଯୁ ଘଟିଛି ସେହିପରି ପଶ୍ଚିମବଙ୍ଗରେ ୨୫ ଓ ଓଡ଼ିଶାରେ ୨୨ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Advertisment

ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏ ଯାଏ କମିନାହିଁ। ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିପରି  ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୦୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି । ଏହାରି ମଧ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷେ ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା B.1.617ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ହୋଇଛି ବୋଲି କହିଛି WHO । ଏହି ତିନୋଟି ମଧ୍ୟରୁ B.1.617.2 ଭାରିଏଣ୍ଟ୍ ଭୟ ସୃଷ୍ଟି କରୁଥିବା ବେଳେ ସବୁଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡିଛି ।  ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ ବୋଲି WHO ପକ୍ଷରୁ କୁହାଯାଇଛି।

Advertisment

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି B.1.617.2 ଭାରିଏଣ୍ଟ ପାଇଁ ଅଧିକ ମୃତ୍ୟୁ ହେଉଥିବା ସୂଚନା ମିଳିଛି । ସେଥିପାଇଁ B.1.617.2 ର ସଂକ୍ରମଣର ବୃଦ୍ଧି ହାର ଉପରେ ନଜର ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ