/odishatv-khabar/media/post_attachments/uploadimage/library/16_9/16_9_0/lightning_1626167836.jpg)
lightning
ପାଟନା/ଲକ୍ଷ୍ନୌ: ଆକାଶରୁ ଖସିଲା ମୃତ୍ୟୁ। ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ୪୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା।
ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆହ୍ଲାବାଦରେ ୮ଜଣ, ମୀର୍ଜାପୁର୍ରେ ୬ଜଣ, କୁଶାମ୍ବିରେ ୨ଜଣ, ଭଦୋହିରେ ୬ଜଣ ଓ ଜୌନପୁରରେ ବଜ୍ରପାତ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ସେହିପରି ବିହାରରେ ବଜ୍ରପାତ ୨୩ଜଣଙ୍କ ଜୀବନ ନେଇଛି। ଏହାସହ ୧୦ରୁ ଅଧିକ ଆହତ ହୋଇଛନ୍ତି। ବଜ୍ରପାତ ଯୋଗୁ ଶାରଣରେ ୫ଜଣ, କୈମୁରରେ ୩ଜଣ, ଜହାନାବାଦରେ ୨ଜଣ, ପାଟନାରେ ୨ଜଣ, ଗୟାରେ ଜଣେ ଓ ବକ୍ସରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଥାଉ କି, ଶୁକ୍ରବାର ବିହାରର ୫ଟି ଜିଲ୍ଲାରେ ବିଜୁଳି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୨୫ରେ ବିହାରରେ ବଜ୍ରପାତ ଏବଂ ଝଡ଼ ତୋଫାନରେ ୮୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)