Advertisment

ପାକ୍‌ ଜେଲ୍‌ରେ ଫସିଛନ୍ତି ୪୧୮ ମତ୍ସ୍ୟଜୀବୀ

ଇସ୍‌ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍‌ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍‌ ନଥିବାରୁ ପକିସ୍ତାନ୍‌-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। […]

author-image
Otv Khabar Bureau
ପାକ୍‌ ଜେଲ୍‌ରେ ଫସିଛନ୍ତି ୪୧୮ ମତ୍ସ୍ୟଜୀବୀ

jail

ଇସ୍‌ଲାମାବାଦ: ପାକିସ୍ତାନ ଜେଲରେ ୪୧୮ ମତ୍ସ୍ୟଜୀବୀଙ୍କ ସମେତ ୪୭୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି। ଉଚ୍ଚତମ ନ୍ୟାୟାଳୟରେ ଦିଆଯାଇଥିବା ଏକ ରିପୋର୍ଟରେ ପାକିସ୍ତାନ ସରକାର ଏହି ସୂଚନା ଦେଇଛନ୍ତି।

Advertisment

ଏହି ରିପୋର୍ଟରେ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି ଯେ ଭାରତୀୟ ଜେଲ୍‌ରେ ୩୫୭ ଜଣ ପାକିସ୍ତାନୀ ବନ୍ଦୀ ଅଛନ୍ତି। ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସ୍ଥିତି ଠିକ୍‌ ନଥିବାରୁ ପକିସ୍ତାନ୍‌-ଭାରତ କଏଦୀ ନ୍ୟାୟିକ ସମିତିର କୌଣସି ବୈଠକ ଅକ୍ଟୋବର ୨୦୧୩ରୁ ବସିନାହିଁ। ପାକିସ୍ତାନର ଏକ ଖବରକାଗଜ ‘ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌’ର ଖବର ଅନୁସାରେ ପାକିସ୍ତାନ ଜେଲ୍‌ରେ ୫୩ ସାଧାରଣ ନାଗରିକଙ୍କ ସହ ୪୧୮ ଜଣ ମତ୍ସ୍ୟଜୀବୀ ବନ୍ଦୀ ହୋଇ ଅଛନ୍ତି।

ଖବରକାଗଜର ସୂଚନା ଆଧାରରେ ବିଦେଶ ମନ୍ତ୍ରାଳୟ ଉଚ୍ଚ ଅଦାଲତଙ୍କୁ କହିଛି ଯେ, ଭାରତୀୟ ହାଇକମିଶନର୍‌ଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଓ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ଓ ଭାରତ ମଧ୍ୟରେ ଆଦାନ ପ୍ରଦାନ କରାଯାଇଥିବା କଏଦୀ ମାନଙ୍କର ସୂଚୀ ହିସାବରେ ଭାରତୀୟ ଜେଲ୍‌ରେ ୨୪୯ ପାକିସ୍ତାନର ସାଧାରଣ ନାଗରିକ ଓ ୧୦୮ ଜଣ ପାକିସ୍ତାନ ମତ୍ସ୍ୟଜୀବୀ ବନ୍ଦୀ ରହିଛନ୍ତି।ଏହି ଖବର ଅନୁସାରେ ୨୦୧୬ରୁ ଭାରତ ୩୧ ମତ୍ସ୍ୟଜୀବୀ ସମେତ ୧୧୪ ପାକିସ୍ତାନ କଏଦୀଙ୍କୁ ମୁକ୍ତ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ୯୪୧ ମତ୍ସ୍ୟଜୀବୀ ସମେତ ୯୫୧ ଭାରତୀୟ କଏଦୀଙ୍କୁ ଛାଡ଼ିଛି।

Advertisment
Advertisment
Advertisment