Advertisment

ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର ଝିଅ

ସୁକ୍‌ମା: ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର କୁନି ଝିଅ। ମହାମାରୀ କରୋନାକୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୁକ୍‌ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। […]

author-image
Rajalaxmi Sahoo
ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର ଝିଅ

odisha

ସୁକ୍‌ମା: ଘଣ୍ଟାଏ ପାଇଁ ଏସ୍‌ପି ହେଲେ ୪ ବର୍ଷର କୁନି ଝିଅ। ମହାମାରୀ କରୋନାକୁ ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

Advertisment

ସୁକ୍‌ମାରେ ରହୁଥିବା ଆରାଧ୍ୟା ଚାନ୍ଦ(୪)ଙ୍କ ଏକ ସଚେତନତା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଲୋକମାନଙ୍କୁ କରୋନାଠୁ କିଭଳି ନିଜକୁ ରକ୍ଷା କରିପାରିବ ଓ କ’ଣ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବ ସେ ସମ୍ପର୍କରେ ବୁଝାଇଥିଲେ। ଏହି ଭିଡିଓକୁ ଦେଖିବା ପରେ ଖୋଦ୍ ସୁକମା ଏସ୍‌ପି ଆରାଧ୍ୟାଙ୍କୁ ଡାକି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବା ସହ ଘଣ୍ଟାଏ ପାଇଁ ତାଙ୍କୁ ଏସ୍‌ପି କରାଇଥିଲେ।

ଆରାଧ୍ୟା ପୁଲିସ୍‌ ୟୁନିଫର୍ମ ପିନ୍ଧିବା ପରେ ବେଶ୍‌ ଖୁସି ଥିବା ସହ ଲୋକଙ୍କୁ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ। ଏହାସହ କରୋନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

Advertisment
Corona Warriors Sukma
Advertisment
Advertisment