Advertisment

ଭୁଶୁଡିଲା ୪ ମହଲା କୋଠା :  ୯ ମୃତ, ୮ ଗୁରୁତର

ମୁମ୍ବାଇ : ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା । ବିଳମ୍ବିତ ରାତ୍ରିରେ ମାଲୱଣୀ ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର…

author-image
Prangyan Parimita
ଅଦ୍ୟତନ ହୋଇଛି
ଭୁଶୁଡିଲା ୪ ମହଲା କୋଠା :  ୯ ମୃତ, ୮ ଗୁରୁତର

mumbai

ମୁମ୍ବାଇ : ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା । ବିଳମ୍ବିତ ରାତ୍ରିରେ ମାଲୱଣୀ ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । କୋଠା ଭୁଶୁଡ଼ିବା ସମୟରେ କିଛି ଛୋଟ ପିଲାଙ୍କ ସମେତ ଅନେକ ଲୋକ କୋଠା ଭିତରେ ଥିଲେ ବୋଲି ସୂଚନା ମିଳିଛି ।

Advertisment

ମଲାଡର ମାଲୱଣୀ ଅଞ୍ଚଳରେ ବୁଧବାର ରାତି ୧୧.୧୦ ଭୁଶୁଡ଼ି ପଡ଼ିଛି ୪ ମହଲା କୋଠା । ପ୍ରାରମ୍ଭିକ ସୂଚନା ଅନୁସାରେ କୋଠା ଭୁଶୁଡ଼ିବା ସମୟରେ ସେଠାରେ ୨୦ ଜଣ ଉପସ୍ଥିତ ଥିଲେ, ଯେଇଁଥିରେ ଅନେକ ଛୋଟ ଛୋଟ ପିଲା ମଧ୍ୟ ଥିଲେ । କୋଠା ଭୁଶୁଡ଼ି ୯ ଜଣଙ୍କ ଜୀବନ ଚାଲିଯାଇଛି । ସେହିପରି ୮ ଜଣ ଗୁରୁତର ଆହତ ହୋଇ ବିଡିଏ ନଗର ଜେେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିବାର ତୁରନ୍ତ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବ୍ରିଗେଡ୍ । ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହାୟତାରେ କୋଠା ତଳେ ଫଶିଥିବା ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ବିିଏମସି ପକ୍ଷରୁ କୁହାଯାଇଛି କୋଠା ଭୁଶୁଡ଼ିଥିବା ଅଞ୍ଚ ଆଉ ତିନୋଟି କୋଠା ବିପଦପୂର୍ଣ୍ଣ ଭାବେ ଚାଲିଛି । କୌଣସି ବି ମୁହୂର୍ତ୍ତରେ ଅଘଟଣର ଆଶଙ୍କା ରହିଛି । ତେଣୁ ଖୁବ ଶୀଘ୍ର କୋଠା ଖାଲି କରିବା ପାଇଁ ଲୋକଙ୍କୁ କୁହାଯାଇଛି । ସେପଟେ ମହାରାଷ୍ଟ୍ର ମନ୍ତ୍ରୀ ଅସମଲ ଶେଖ କହିଛନ୍ତି, ସହରରେ ମୂଷଳ ଧାରାରେ ବର୍ଷା ଯୋଗୁଁ କୋଠା ଭୁଶୁଡ଼ି ପଡ଼ିଛି ।

Advertisment

ସୂଚନାଯୋଗ୍ୟ ଗତକାଲି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷାଗୋଟିଏ ଦିନର ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ। ମୌସୁମୀ ବର୍ଷାରେ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ମୁମ୍ବାଇର ବିଭିନ୍ନ ଅଂଚଳରେ ଏବେ ପ୍ରବଳ ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ରାସ୍ତାରେ ପାଣି ଜମି ରହିବା ସହ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ସିଓନ୍ ଅଂଚଳରେ ରେଳଧାରଣାରେ ପାଣି ଜମି ରହିଥିବାରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

Advertisment
Advertisment