/odishatv-khabar/media/post_attachments/uploadimage/library/16_9/16_9_0/train-accident_1623037914.jpg)
train accident
ଇସଲାମାବାଦ : ପଡୋଶୀ ଦେଶ ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ସିନ୍ଧର ଡହାରକି ଅଞ୍ଚଳରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୩୦ ଜଣ ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
At least 30 people died and several sustained injuries as Sir Syed Express train collided with Millat Express between Reti and Daharki railway stations in Ghotki, reports Pakistan’s ARY News
— ANI (@ANI) June 7, 2021
ସୋମବାର ସକାଳୁ ମିିଲ୍ଲତ ଏକ୍ସପ୍ରେସ ଓ ସରସଏଦ୍ ଏକ୍ସପେସ୍ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଘୋଟକି ନିକଟରେ ହୋଇଥିବା ସୂଚନା ମିଳିଛି । ଜିଓ ଟିଭି ଅନୁସାରେ ମିିଲ୍ଲତ ଏକ୍ସପ୍ରେସେ ଭାରସାମ୍ୟ ହରାଇ ଅନ୍ୟ ଟ୍ରାକ ଉପରକୁ ଚଢ଼ିଯାଇଥିଲା । ଫଳରେ ବିପରୀତ ଦିଗରୁ ଆସୁଥିବା ସରସଏଦ୍ ଏକ୍ସପ୍ରେସ ସହ ପରସ୍ପର ଧକ୍କା ହୋଇଥିଲେ । ଏହାଦ୍ୱାରା ମିଲ୍ଲତ ଏକ୍ସପ୍ରେସର ୮ ଓ ସରସଏଦ୍ ଏକ୍ସପ୍ରେର ଇଞ୍ଜିନ୍ ସମେତ ୪ଟି ବଗି ଧାରଣାଚ୍ୟୁତ ହୋଇଛି । ଏହି ବଡ଼ ଧରଣର ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନା ମିଳିଛି । ଅନ୍ୟପଟେ ୪୦ରୁ ୫୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଅଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଅନେକ ସମ୍ଭାବନା ରହିଛି ।
।
ସୂଚନା ମୁତାବକ ପାହାନ୍ତା ୩ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ୪ ଘଣ୍ଟା ବିତିଗଲା ପରେ ମଧ୍ୟ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏବେ ବି ଅନେକ ଯାତ୍ରୀ ଦୁର୍ଘଟଣାରେ ଫସି ରହିଛନ୍ତି । କୁହାଯାଉଛି ଅନେକ ଯାତ୍ରୀ ଏପରି ଫସିକି ଅଛନ୍ତି, ଯାହାଙ୍କୁୁ ଟ୍ରେନ୍ କାଟି ବାହର କରିବାକୁ ପଡ଼ିବ । ଗୁରତରଙ୍କୁ ଟ୍ରାକ୍ଟର, ଟ୍ରଲିରେ ମେଡିକାଲ ବୁହାଯାଉଥବା କୁହାଯାଉଛି । ସାଢ଼େ ୯ଟା ସୁଦ୍ଧା ଦୁର୍ଘଟଣାସ୍ଥଳରେ ମେଡିକାଲ ଟିମ ପହଞ୍ଚିବ ବୋଲି ସୂଚନା ମିଳିଛି, ଆଉ ତା’ପରେ କ୍ଷୟକ୍ଷତିର ଆକଳନ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)