kbc
କନ୍ ବନେଗା କରୋଡ୍ପତି(କେବିସି) ସିଜିନ୍-୧୨ରେ କମାଲ୍ ଦେଖାଇଛନ୍ତି ମହିଳା। ହଟ୍ ସିଟ୍ରେ ବସି ୩ ମହିଳା ହୋଇଛନ୍ତି କୋଟିପତି। ସବୁଠାରୁ ବଡ଼ କଥା ହେଲା ଏଯାବତ ଏହି ସିଜିନ୍ରେ ୩ ଜଣ ବିଜୟୀ ହୋଇଛନ୍ତି, ଆଉ ଏମାନେ ସମସ୍ତେ ମହିଳା। କେବଳ ଏମାନେ ଟଙ୍କା ଜିତିନାହାନ୍ତି ବରଂ କୋଟି ଦର୍ଶକଙ୍କ ମନ ଜିଣିପାରିଛନ୍ତି। ଲୋକପ୍ରିୟ ରିଆଲିଟି ଶୋ କେବିସି ଗେମ୍ରେ କେବଳ ସ୍ୱପ୍ନ ଯେ ସତ ହେବ ତାହା ନୁହେଁ ବରଂ ବାସ୍ତବିକ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଥାଏ ଏହି ୩ ମହିଳା ପ୍ରମାଣିତ କରି ଦେଖାଇଛନ୍ତି।
କେବିସି ୧୨ର ପ୍ରଥମ କୋଟିପତି: ନାଜିଆ ନାସିମ୍
ନଭେମ୍ୱର ୧୧ ନାଜିଆ ନାସିମଙ୍କ ପାଇଁ ଥିଲା ଶୁଭ ଦିନ। ଏହି ଦିନ ସେ କେବିସି-୧୨ରେ ପ୍ରଥମ କୋଟିପତି ହେବାର ବିଜୟ ମୁକୁଟ ପିନ୍ଧିଥିଲେ। ନାଜିଆ ରୟାଲ ଏନ୍ଫିଲ୍ଡର କମ୍ୟୁନିକେସନ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। କେବିସି ଶୋର ହଟ୍ ସିଟ୍ରେ ବସି ବିଗ୍ ବିଙ୍କ ପ୍ରଶ୍ନର ଚମତ୍କାର ଉତ୍ତର ଦେଇଥିଲେ ନାଜିଆ।
https://twitter.com/SonyTV/status/1324318556389978115?s=20
କେବିସି ୧୨ର ଦ୍ୱିତୀୟ କୋଟିପତି: ମୋହିତା ଶର୍ମା
କନ୍ ବନେଗା କରୋଡ୍ ଦ୍ୱିତୀୟ କୋଟିପତି ହେଲେ ଆଇପିଏସ୍ ମୋହିତା ଶର୍ମା। ହିମାଚଳ ପ୍ରଦେଶର ନିବାସୀ ମୋହିତା ଶର୍ମା ବର୍ତ୍ତମାନ ଜମ୍ମୁ-କଶ୍ମିରରେ ସହ ଆରକ୍ଷୀ ଅଧିକ୍ଷକ(ASP) ଭାବେ କାର୍ଯ୍ୟରତ ଅଛନ୍ତି। ସେ ଏହି ଗେମ୍ରେ ସଠିକ୍ ଉତ୍ତର ଦେବା ସହ ଅମିତାଭଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲେ।
କେବିସି ୧୨ର ତୃତୀୟ କୋଟିପତି: ମୋହିତା ଶର୍ମା
ନଭେମ୍ବର ୨୫ରେ ତୃତୀୟ କୋଟିପଟି ଭାବେ ସୌଭାଗ୍ୟ ଅର୍ଜନ କରିଥିଲେ ଅନୁପା ଦାସ। ଛତିଶଗଡ ବସ୍ତରରେ ରହୁଥିବା ଏଇ ମହିଳା ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଅଟନ୍ତି। ସବୁଠାରୁ ବଡ଼ କଥା ହେଲେ ଦୀର୍ଘ ୨୦ ବର୍ଷ ଧରି ଚେଷ୍ଟା ପରେ ସେ କେବିସିରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି।
ପ୍ରକାଶଥାଉକି ୨୦୧୦ରେ କେବିସିର ଷଷ୍ଠ ସଂସ୍କରଣରେ ପ୍ରଥମ ମହିଳା କୋଟିପତି ଭାବେ ରାହତ ଟସଲିମ୍ ବିଜୟୀ ହୋଇଥିଲେ। ସେହିପରି ସନ୍ମିତ୍ କୌର ସାବନେ ପ୍ରଥମ ମହିଳା ଯିଏକି ପ୍ରଥମଥର ପାଇଁ କେବିସି ଗେମ୍ରେ ୫ କୋଟି ଜିତିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kbc-1_1625075523.jpg)