/odishatv-khabar/media/post_attachments/uploadimage/library/16_9/16_9_0/priyanka-2_1626338859.jpg)
priyanka
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଗତକାଲି ପ୍ରିୟଙ୍କା ଗଙ୍ଗାରେ ନୌକା ଯାତ୍ରାରେ ବାହାରିଛନ୍ତି। ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ସେ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି।
Advertisment
ତେବେ ଯାତ୍ରାର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ପ୍ରିୟଙ୍କା। ନାଁ ଆଗରେ ଚୌକିଦାର ଲଗାଇବା ପ୍ରସଙ୍ଗକୁ ନେଇ ସେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଛନ୍ତି , କେବଳ ଧନୀ ଲୋକଙ୍କ ଘରେ ଚୌକିଦାର ରହିଥାନ୍ତି, ଚାଷୀଙ୍କ ଘରେ ଚୌକିଦାର ନଥାନ୍ତି। ଚାଷୀଙ୍କ ଆୟ ଗତ ୫ ବର୍ଷ ମଧ୍ୟରେ ପୂର୍ବ ୪୫ ବର୍ଷ ତୁଳନାରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)