Advertisment

୨୬ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ଟେନସନ୍ ବଢ଼ିଯାଇଛି। କାରଣ ୨୬ଜଣ ସାଂସଦ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଲୋକସଭାର ୨୧ ଏବଂ ରାଜ୍ୟସଭାର ୯ ସାଂସଦଙ୍କୁ କରୋନା ହୋଇଛି। ଏହି ସାଂସଦଙ୍କର ୧୩ ଓ ୧୪ ତାରିଖରେ ସଂସଦ ଭବନରେ ଟେଷ୍ଟ କରାଯାଇଥିଲା। କରୋନା ପଜିଟିଭ୍ ଆସିଥିବା ୧୭ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ସର୍ବାଧିକ ୧୨ ସାଂସଦ ବିଜେପିରୁ ହୋଇଥିବା ବେଳେ ବାକି ୱାଇଆରଏସ୍ […]

୨୬ ସାଂସଦଙ୍କୁ କରୋନା

parliament

Advertisment

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ଟେନସନ୍ ବଢ଼ିଯାଇଛି। କାରଣ ୨୬ଜଣ ସାଂସଦ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଲୋକସଭାର ୨୧ ଏବଂ ରାଜ୍ୟସଭାର ୯ ସାଂସଦଙ୍କୁ କରୋନା ହୋଇଛି। ଏହି ସାଂସଦଙ୍କର ୧୩ ଓ ୧୪ ତାରିଖରେ ସଂସଦ ଭବନରେ ଟେଷ୍ଟ କରାଯାଇଥିଲା।

Advertisment

କରୋନା ପଜିଟିଭ୍ ଆସିଥିବା ୧୭ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ସର୍ବାଧିକ ୧୨ ସାଂସଦ ବିଜେପିରୁ ହୋଇଥିବା ବେଳେ ବାକି ୱାଇଆରଏସ୍ କଂଗ୍ରେସର ଦୁଇ, ଶିବସେନା, ଡିଏମକେ ଏବଂ ଆରଏଲପିର ଜଣେ ଲେଖାଏ ସାଂସଦ ରହିଛନ୍ତି। ଏହିପରି ଭାବେ ସାଂସଦର ମୌସୁମୀ ଅଧିବେଶନରେ ସାମିଲ୍ ହୋଇଥିବା କରୋନା ପଜିଟିଭ୍ ସାଂସଦଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି।

ସାରା ଦେଶର ସାଂସଦ ମୌସୁମୀ ଅଧିବେଶନରେ ଭାଗ ନେଉଛନ୍ତି, କିନ୍ତୁ ଏଥର ଅଧିବେଶନରେ ଭାଗ ନେବା ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏସବୁ ସାଂସଦଙ୍କର ସଂସଦ ଭବନ ପରିସରରେ କରୋନା ଟେଷ୍ଟ କରାଯାଇଛି।

Advertisment

ଲୋକସଭାରେ କରୋନା ସଂକ୍ରମିତ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ବିଜେପିର ମିନାକ୍ଷୀ ଲେଖି, ସୁଖବୀର ସିଂହ ଜୌନପୁରିଆ, ସୁକାନ୍ତ ମଜୁମଦାର, ଅନନ୍ତ କୁମାର ହେଗଡେ, ଜନାର୍ଦ୍ଦନ ସିଂହ ସିଗରୀୱାଲ, ବିଦ୍ୟୁତ ବାରାନ୍ ମହତୋ, ପ୍ରଧାନ ବରୁଆ, ପ୍ରତାପ ରାଓ ପାଟିଲ, ରାମ ଶଙ୍କର କଟାରିଆ, ପ୍ରବେଶ ବର୍ମା, ସତ୍ୟପାଲ ସିଂହ ଏବଂ ରୋଡମଲ୍ ନାଗର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ