assembly
ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ ଗେଜ୍ଙ୍କ ନାଁ ଘୋଷଣା ହୋଇଛି।
ରୋଜର ପେନ୍ରୋଜଙ୍କୁ ବ୍ଲାକ୍ ହୋଲ୍ ଆବିଷ୍କାର ପାଇଁ ନୋବେଲ୍ ଦିଆଯାଉଥିବା ବେଳେ ରିନହାର୍ଡ ଗେନଜେଲ୍ ଓ ଆଣ୍ଡ୍ରିଆ ଗେଜ୍ ଗାଲାକ୍ସିର କେନ୍ଦ୍ର ସ୍ଥଳରେ ମହଯୁଦ ଥିବା ବିଶାଳ ସୁପରମାସିଭ୍ର କମ୍ପପେକ୍ଟ ଅବଜେକ୍ଟ ସନ୍ଧାନ କରିଥିବାରୁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ଦିଆଯିବ।
ଗତକାଲି ମେଡିସିନ ପାଇଁ ମଧ୍ୟ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା। ହେପାଟାଇଟିସ ସି ଭାଇରସ ଆବିଷ୍କାର ପାଇଁ ଯୁଗ୍ମ ଭାବେ ୩ ଜଣ ବୈଜ୍ଞାନିକ ମେଡିସିନରେ ନୋବେଲ ପୁରସ୍କାର ପାଇବେ। ସେମାନେ ହେଲେ ଆମେରିକୀୟ ବୈଜ୍ଞାନିକ ହାର୍ଭେ ଜେ. ଅଲଟର, ଚାର୍ଲସ ଏମ. ରାଇସ ଓ ବ୍ରିଟିଶ ବୈଜ୍ଞାନିକ ମାଇକେଲ ହଟନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/assembly_1625262198.jpg)