/odishatv-khabar/media/post_attachments/uploadimage/library/16_9/16_9_0/asam_1626696195.jpg)
asam
ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି।
Advertisment
କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି ରହିଛି।
ଅନ୍ୟପଟେ ଏବେବି ଅନେକ ଲୋକ ମାଟି ତଳ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ଭୂ-ସ୍ଖଳନ ହୋଇଥିବା ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
Advertisment
ପ୍ରବଳ ବର୍ଷା ଯୋଗୁଁ ବକାର ଉପତ୍ୟକା ଅଞ୍ଚଳରେ ଆସିଥିବା ବନ୍ୟା ପାଇଁ ଭୂ-ସ୍ଖଳନ ହୋଇଥିଲା। ବନ୍ୟାରେ ଆସାମର ୭ଟି ଜିଲ୍ଲାର ପ୍ରାୟ ୪ଶହ ଗାଁ ପ୍ରଭାବିତ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)