Advertisment

ଚଳନ୍ତା କ୍ୟାବ୍‌ରୁ ଡେଇଁ ପଡ଼ିଲେ ୨ ମହିଳା

ଅମୃତସର: ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ୨ ମହିଳା। ପଞ୍ଜାବର ଅମୃତସରରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ୨ ମହିଳା କ୍ୟାବ୍‌ରେ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନର ପ୍ରୟାସ କରିବାରୁ ମହିଳା ଦ୍ୱୟ ଗାଡ଼ିରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୩ ଜଣ ମହିଳା ରଣଜିତ୍‌ ଆଭିନ୍ୟୁ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯିବାପାଇଁ ଏକ କ୍ୟାବ୍‌ ବୁକ୍‌ କରିଥିଲେ। […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଚଳନ୍ତା କ୍ୟାବ୍‌ରୁ ଡେଇଁ ପଡ଼ିଲେ ୨ ମହିଳା

punjab

ଅମୃତସର: ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ୨ ମହିଳା। ପଞ୍ଜାବର ଅମୃତସରରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ୨ ମହିଳା କ୍ୟାବ୍‌ରେ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନର ପ୍ରୟାସ କରିବାରୁ ମହିଳା ଦ୍ୱୟ ଗାଡ଼ିରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୩ ଜଣ ମହିଳା ରଣଜିତ୍‌ ଆଭିନ୍ୟୁ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯିବାପାଇଁ ଏକ କ୍ୟାବ୍‌ ବୁକ୍‌ କରିଥିଲେ। ବାଟରେ ୩ ମହିଳାଙ୍କ ମଧ୍ୟରୁ ଜଣଙ୍କ ସହ ଡ୍ରାଇଭର ଜଣକ ଯୌନ ଉତ୍ପୀଡ଼ନର ପ୍ରୟାସ କରିଥିଲେ। ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ, ଡ୍ରାଇଭର ଗାଡ଼ିକୁ ଦ୍ରୁତଗତିରେ ଚଲାଇଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ଓ ଅନ୍ୟ ଜଣେ ମହିଳା ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହାଦେଖି ଗାଡ଼ିକୁ ପିଛା କରି ଗାଡ଼ିକୁ ଅଟକାଇବା ସହ ଗାଡ଼ି ଭିତରେ ଥିବା ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରୁ ଡେଇଁ ପଡ଼ିଥିବା ଦୁଇ ମହିଳା ଆହତ ହୋଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ମଧ୍ୟ ପରେ ପୋଲିସ୍‌ ହାତରେ ଧରାପଡ଼ିଥିଲେ। ପୋଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛଛି।

Advertisment
Advertisment
Advertisment