Advertisment

ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା: ରୁଜୁ ହେଲା ୧୫ ମାମଲା, ଲାଲ୍‌କିଲ୍ଲାରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ଗାଜିପୁର୍‌, ଟିକ୍‌ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ […]

author-image
Rajalaxmi Sahoo
ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା: ରୁଜୁ ହେଲା ୧୫ ମାମଲା, ଲାଲ୍‌କିଲ୍ଲାରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

delhi

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ଗାଜିପୁର୍‌, ଟିକ୍‌ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। 

Advertisment

ସେପଟେ କାଲିର ହିଂସାକାଣ୍ଡ ପରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲାଲ୍‌କିଲ୍ଲା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ତେବେ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି। ସେହିପରି ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ପ୍ରବେଶ ପଥକୁ ମଧ୍ୟ ବନ୍ଦ ରଖାଯାଇଛି।

Advertisment

ଦିଲ୍ଲୀ ଭଳି ଓ୍ୱାଶିଂଟନ ଡିସିରେ ମଧ୍ୟ ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଖଲିସ୍ତାନୀ ସମର୍ଥକମାନେ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଛନ୍ତି।

ବ୍ୟାପକ ହିଂସାକାଣ୍ଡ ପରେ କୃଷକମାନେ ଟ୍ରାକ୍ଟର ରାଲି ବନ୍ଦ କରିଛନ୍ତି। ସମସ୍ତ ଚାଷୀଙ୍କୁ ଦିଲ୍ଲୀ ସୀମାରେ ପୂର୍ବରୁ ଚାଲିଥିବା ଆନ୍ଦୋଳନସ୍ଥଳକୁ ଫେରି ଆସିବାକୁ କୁହାଯାଇଛି। ଦୁଇ ତିନି ଦିନ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଚାଷୀ ନେତା କହିଛନ୍ତି।

ପଢନ୍ତୁ: କିଏ ଏହି ଅଭିନେତା? ଯାହାଙ୍କ ନାଁରେ ଆସିଛି ଚାଷୀଙ୍କୁ ଉସ୍‌କାଇବା ଓ ହିଂସା ସୃଷ୍ଟି କରିବା ଅଭିଯୋଗ

Farmer Protest In Republic Day
Advertisment
Advertisment