Advertisment

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ଲକ୍ଷ୍ନୌ: ହାଥରସ ଘଟଣା ପରେ ପୁଣି ସେହି ଉତ୍ତର ପ୍ରଦେଶର ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଭାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଗୋପିଗଞ୍ଜ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଚକ୍ରାଜରମ ତିୱାରିପୁର […]

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

victim

Advertisment

ଲକ୍ଷ୍ନୌ: ହାଥରସ ଘଟଣା ପରେ ପୁଣି ସେହି ଉତ୍ତର ପ୍ରଦେଶର ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଭାଦୋହି ଜିଲ୍ଲାରେ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ। ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ମୁହଁକୁ ସଂପୂର୍ଣ୍ଣ ଭାବେ ବିକୃତ କରିଦିଆଯାଇଛି। ପରିବାର ଲୋକ ନିଜ ଝିଅକୁ ଚିହ୍ନଟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି।

Advertisment

ପ୍ରାଥମିକ ସୂଚନା ଅନୁଯାୟୀ, ଗୋପିଗଞ୍ଜ ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଚକ୍ରାଜରମ ତିୱାରିପୁର ଗାଁରେ ହିଁ ନାବାଳିକା ଜଣଙ୍କ ରହୁଥିଲେ। ସେ ନିକଟସ୍ଥ ପଡ଼ିଆକୁ ଶୌଚ ପାଇଁ ଯାଇଥିବେ ବେଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଝିଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବ ବୋଲି ପୁଲିସ୍‌ କହିଛି। ଖବର ପାଇ ପୁଲିସ, ଫରେନ୍ସିକ ଏକ୍ସପର୍ଟ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ