/odishatv-khabar/media/post_attachments/uploadimage/library/16_9/16_9_0/airline_1626694643.jpg)
airline
ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏହାପରେ ମାସେ କି କି ଦୁଇମାସ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହେବାର ସୂଚନା ମିଳୁଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିମାନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡଲାଇନ୍ ଜାରି କରିଛି। ଯେଉଁଥିରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖିବା ବାଧ୍ୟତାମୂଳକ କରାଯାଇଛି।
Ministry of Health and Family Welfare issues guidelines for international arrivals: 14-day mandatory quarantine- 7 days institutional quarantine at own cost followed by 7 days of home isolation pic.twitter.com/RWGataVm1m
— ANI (@ANI) May 24, 2020
ଏହି ୧୪ ଦିନ ମଧ୍ୟରୁ ସାତ ଦିନ ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ପଡିବ। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଯାତ୍ରୀ ନିଜେ ବହନ କରିବେ। ଏହାପରେ ଆଉ ସାତ ଦିନ ଯାତ୍ରୀ ହୋମ୍ କ୍ୱାରେଣ୍ଟିନ୍ରେ ରହିବେ। କିନ୍ତୁ ସେମାନେ ସବୁଦିନ ନିଜର ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବେ।
ଗାଇଡଲାଇନ ଅନୁସାରେ,ବୋର୍ଡିଂ ପୂର୍ବରୁ ପ୍ରଥମେ ଯାତ୍ରୀମାନଙ୍କୁ ଏକ ଶପଥ ପତ୍ର ଦେବାକୁ ପଡ଼ିବ। ଯେଉଁଥିରେ ଏହି ୧୪ ଦିନ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବା ବାଧ୍ୟତମୂଳକ ଥିବ।
କେତେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସରକାରୀ କ୍ୱାରେଣ୍ଟାଇନ୍ରୁ ଲୋକଙ୍କୁ ଛଡ଼ାଯାଇ ପାରିବ। ଯେପରି ଗର୍ଭଧାରଣ, ପରିବାରରେ କାହାର ମୃତ୍ୟୁ, ଗୁରୁତର ଅସୁସ୍ଥତା ଏଥିସହିତ ୧୦ ବର୍ଷରୁ କମ୍ ପିଲାମାନଙ୍କର ପିତାମାତାଙ୍କୁ ହୋମ୍ କ୍ୱାରେଣ୍ଟିନ୍ର ସର୍ତ୍ତ ସହିତ ଛଡ଼ାଯିବ। ତେବେ ସମସ୍ତେ ନିଜ ଫୋନ୍ରେ ‘ଆରୋଗ୍ୟ ସେତୁ ଆପ୍ ’ ରଖିବା ବାଧ୍ୟତାମୂଳକ କରାଯାଇଛି।
Latest guidelines on domestic & international travel have been issued by @MoHFW_INDIA.
I hope travellers strictly follow these self-regulatory norms & strengthen India's hands in this fight against COVID19. Remember, each one of us is a soldier against the pandemic.@MoCA_GoIpic.twitter.com/xVbTG1K44n
— Hardeep Singh Puri (@HardeepSPuri) May 24, 2020
ବିଦେଶୀ ଯାତ୍ରୀଙ୍କ ପାଇଁ ନୂଆ ନିୟମଗୁଡିକ...
୧- ସମସ୍ତ ଯାତ୍ରୀ ନିଜ ଫୋନ୍ରେ ‘ଆରୋଗ୍ୟ ସେତୁ ଆପ୍’ ଇନଷ୍ଟଲ କରିବା ବାଧ୍ୟତାମୂଳକ ଅଟେ।
୨- ଯାତ୍ରୀମାନଙ୍କୁ ଟିକେଟ୍ ସହିତ ଏୟାରଲାଇନ୍ସ/ ବୁକିଂ ଏଜେନ୍ସିରୁ 'Dos And Donts’ ର ଏକ ଲିଷ୍ଟ ଦିଆଯିବ।
୩- ବୋର୍ଡିଂ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ ହେବ ଏବଂ ସ୍କ୍ରିନିଂରେ ପାସ୍ କରୁଥିବା ସମାନ ଯାତ୍ରୀଙ୍କ ପାଇଁ ବୋର୍ଡିଂ ଅନୁମତି ଦିଆଯିବ।
୪- ଅନ୍ୟ ପଟେ, ଯଦି ସ୍ଥଳଭାଗ କିମ୍ବା ସମୁଦ୍ର ଦେଇ ସୀମା ପାର କରି ଆସନ୍ତି, ତେବେ ସେହି ପ୍ରୋଟୋକଲ୍ ଅନୁସରଣ କରାଯିବ, କେବଳ ସ୍କ୍ରିନିଂ ପାସ୍ କରୁଥିବା ଲୋକଙ୍କୁ ସୀମା ପ୍ରବେଶ କରିବାକୁ ଅନୁମତି ଦିଆଯିବ।
୫- କୌଣସି ଉପାୟରେ ଯାତ୍ରା କରି ଦେଶର ସୀମାକୁ ପ୍ରବେଶ କରୁଥିବା ଲୋକମାନେ ଏକ ସେଲଫ୍-ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡ଼ିବ। ଏହାର ଏକ କପି ସ୍ୱାସ୍ଥ୍ୟ ଏବଂ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ଦିଆଯିବ। ଏହି ଫର୍ମଟିକୁ ଆରୋଗ୍ୟ ସେତୁ ଆପରେ ମଧ୍ୟ ଉପଲବ୍ଧ କରାଯିବ।
୬-ବିମାନବନ୍ଦର ଓ ବିମାନର ସଠିକ୍ ସାନିଟାଇଜିଙ୍ଗ୍ କରାଯିବ। ଯାତ୍ରୀମାନଙ୍କୁ ବିମାନବନ୍ଦର ଓ ବିମାନରେ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ। ବିମାନ କର୍ମଚାରୀ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣଭାବେ ଧ୍ୟାନ ରଖିବେ ଯେ ଯାତ୍ରୀମାନେ ମାସ୍କ-ଗ୍ଲୋବସ୍ ଯେପରି ପିନ୍ଧିବେ। ତାସହିତ ଶ୍ୱାସକ୍ରିୟାରେ ଯେମିତି କିଛି ଅସୁବିଧା ନହୁଏ। ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ। ଯାତ୍ରୀମାନେ ମଧ୍ୟ ଏନେଇ ସତର୍କ ରହିବେ।
୭- ପ୍ରତ୍ୟେକ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ ଆସିବା ସମୟରେ କରାଯିବ। ସ୍କ୍ରିନିଂରେ ଯଦି କୌ ଣସି ଲକ୍ଷଣ ଦେଖାଯାଏ, ତେବେ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ଅନୁଯାୟୀ ତୁରନ୍ତ ଆଇସୋଲେଟ୍ କରାଯିବା ସହିତ ଚିକିତ୍ସା ମଧ୍ୟ କରାଯିବ।
୮- ଅନ୍ୟ ଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟରେ ପ୍ରସ୍ତୁତ ହୋଇଥିବା ଅନୁଷ୍ଠାନିକ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯିବ। ସେମାନଙ୍କୁ ଅତି କମରେ ସାତ ଦିନ ସେଠାର ରଖାଯିବ। ସେମାନଙ୍କୁ ICMR ପ୍ରୋଟୋକଲ୍ ଅନୁଯାୟୀ ପରୀକ୍ଷା କରାଯିବ ଏବଂ ଚିକିତ୍ସା କରାଯିବ।
ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ରବିବାର ଦିନ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ଟୁଇଟ୍ କରିଛନ୍ତି। ସେ ୧୪ ଦିନ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଯେଉଁ ଯାତ୍ରୀମାନଙ୍କର ସ୍କ୍ରିନିଂରେ କୌଣସି ବି ଲକ୍ଷଣ ଦେଖାଯାଉନାହିଁ , ସେମାନେ ଆଗାମୀ ୧୪ ଦିନ ପାଇଁ ନଜର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଯଦିବି କୌଣସି ଲକ୍ଷଣ ଦେଖାଯାଉଛି, ତେବେ ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)