Advertisment

ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ! ଚାଲିଗଲା ୧୪ କରୋନା ରୋଗୀଙ୍କ ଜୀବନ

ଅନନ୍ତପୁର(ଆନ୍ଧ୍ରପ୍ରଦେଶ): କରୋନା ମହାମାରୀ ସମୟରେ ଅକ୍ସିଜେନର ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛି। ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସ୍ଥିତ ଏକ…

author-image
Rajalaxmi Sahoo
ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ! ଚାଲିଗଲା ୧୪ କରୋନା ରୋଗୀଙ୍କ ଜୀବନ

covid patients died

ଅନନ୍ତପୁର(ଆନ୍ଧ୍ରପ୍ରଦେଶ): କରୋନା ମହାମାରୀ ସମୟରେ ଅକ୍ସିଜେନର ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛିଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସ୍ଥିତ ଏକ ସରକାରୀ କୋଭିଡ୍‌ ହସ୍ପିଟାଲରେ ଶନିବାର ରାତିରେ ହଠାତ୍‌ ଅକ୍ସିଜେନ ସପ୍ଲାଏ ପାଇପ ଲାଇନରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା The Hinduର ରିପୋର୍ଟ ଅନୁସାରେ, ମୃତ ୧୪ ଜଣ ରୋଗୀଙ୍କ ମଧ୍ୟରୁ ୬ ଜଣ ରୋଗୀ Orthopaedic Wardରେ ପ୍ରାଣ ହରାଇଥିବା ବେଳେ ୪ ଜଣଙ୍କର Chest Wardରେ ଜୀବନ ଯାଇଛି। ସେହିପରି ଆଇସିୟୁରେ ଅକ୍ସିଜେନ ସହାୟତାରେ ଥିବା ୧୮୦ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି। 

ଅନ୍ୟପକ୍ଷରେ ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ଅକ୍ସିଜେନ ସପ୍ଲାଏର ବିଭ୍ରାଟ ଗୁଜବ ପ୍ରଚାର କରିଥିବା ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Advertisment

ଘଟଣାକୁ ନେଇ ଜଏଣ୍ଟ କଲେକ୍ଟର କହିଛନ୍ତି, ଆମ ଟିମ ଅକ୍ସିଜେନ ପ୍ଲାଣ୍ଟ ଯାଞ୍ଚ କରିଛନ୍ତି. ଆମେ ୱାର୍ଡ ୱାର୍ଡ ବୁଲି ପ୍ରତିଟି ଅକ୍ସିଜେନ ପାଇପଲାଇନ ଓ ଭାଲବ୍‌ ଚେକ୍‌ କରିଛନ୍ତି। କୌଣସି ପ୍ରକାର ଲିକ୍‌ ନାହିଁ। ଅକ୍ସିଜେନ ପ୍ଲାଣ୍ଟରେ ସବୁ କିଛି ଠିକ୍‌ ଠାକ ରହିଛି। ଅକ୍ସିଜେନ ସପ୍ଲାଏରେ କୌଣସି ସମସ୍ୟା ନାହିଁ। ଅକ୍ସିଜେନ ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିନାହିଁ। ଯେଉଁ ଲୋକମାନଙ୍କ ମୃତ୍ୟୁ ଘଟିଛି ସମସ୍ତେ ଅଧିକ ବୟସର ଥିଲେ ଓ ପୂର୍ବରୁ ହିଁ ସେମାନେ ଗମ୍ଭୀର ଭାବେ ରୋଗରେ ପୀଡିତ ଥିଲେ। ତେଣୁ ଏହି ମୃତ୍ୟୁ ଅକ୍ସିଜେନ କାରଣରୁ ହୋଇନାହିଁ।

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି ।

Advertisment
Advertisment