Advertisment

କରୋନା:ଦେଶରେ ୧୧ରୁ ୧୪ ‘ଟିକା ଉତ୍ସବ’ ହେବ ପାଳନ

ଦେଶରେ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ କରୋନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଉ ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

author-image
Sarbeswar
କରୋନା:ଦେଶରେ ୧୧ରୁ ୧୪ ‘ଟିକା ଉତ୍ସବ’  ହେବ ପାଳନ

Parikshya Pe charcha Narendra Modi

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ କରୋନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଉ ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍‌ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ଭାବେ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ।

Advertisment

କରୋନା ମୁକାବିଲା ପାଇଁ ମାସ୍କଠାରୁ ଆରମ୍ଭ କରି ଟିକା ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ଅଛି। ତେବେ ଅଧିକ ଟେଷ୍ଟିଂ ଏବଂ ୭୦% ଆର୍‌ଟି-ପିସିଆର୍‌ ଟେଷ୍ଟିଂ କରିବା ଲାଗି ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି‌। ବୈଠକରେ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଅତିକମରେ ୧୦ ଦିନ ପାଇଁ ଟିକା ମହଜୁଦ ରଖାଯାଉ ବୋଲି। ତେବେ ଗତକାଲି ବୈଠକରେ ମୋଦି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଦେଶରେ ପୁଣି ଥରେ କରୋନା କଠିନ ଅବସ୍ଥାକୁ ଯାଉଛି। ଲୋକମାନେ ପୂର୍ବାଅପେକ୍ଷା ଢିଲା କରୁଛନ୍ତି। ନାଇଟ୍‌ କର୍ଫ୍ୟୁ ଯେଉଁଠି ହେଉଛି ତାହାକୁ କରୋନା କର୍ଫ୍ୟୁ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ୱିତୀୟ ଲହର ଟପିଗଲାଣି। ଏଥର ବଡ଼ ନୁହେଁ ଛୋଟ ଛୋଟ କଂଟେନମେଂଟ କରିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ।

ଏହାସହ ମୋଦି କହିଥିଲେ ଯେ, ଦେଶରେ ମାସ୍କ ଠାରୁ ଆରମ୍ଭ କରି ଭ୍ୟାକ୍ସିନ ଯାଏଁ ସମସ୍ତ ସାମଗ୍ରୀ ସଠିକ୍‌ ଭାବରେ ଉପଲବ୍ଧ ଅଛି। ଆଗାମୀ ଦୁଇରୁ ୩ ସପ୍ତାହ ସତର୍କତାର ସହ ରହିବା ଜରୁରୀ ବୋଲି ମୋଦି କହିଛନ୍ତି। ଏହାସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦିଆଯିବ। ଅଧିକ ଟେଷ୍ଟିଂ କରିବା ଦ୍ୱାରା ଲକ୍ଷଣ ବିହୀନ ରୋଗୀ ଅଧିକରୁ ଅଧିକ ରୋଗୀ ଚିହ୍ନଟ ହୋଇପାରିବେ। ଜଣେ ଆକ୍ରାନ୍ତର ଅତିକମରେ ୩୦ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଦରକାର। ଯେତେ ସମ୍ଭବ ସେତେ ଭ୍ୟାକ୍ସିନେସନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି। କିନ୍ତୁ ଆଲୋଚନାକେ ଲକଡାଉନ ନକରି କେବଳ ଛୋଟ ଛୋଟ କଂଟେନମେଂଟ୍‌ ଜୋନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment
Advertisment
Advertisment