/odishatv-khabar/media/post_attachments/uploadimage/library/16_9/16_9_0/west-bengal-1_1623724476.jpg)
west bengal
କୋଲକାତା : ଆଦିବାସୀ ମହିଳାଙ୍କ ସହ ଅମାନବୀୟ ବ୍ୟବହାର । ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ଉତ୍ତର ପଶ୍ଚିମବଙ୍ଗରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗାଁରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ସାରା ଗାଁ ବୁଲାଇଛନ୍ତି କିଛି ଲୋକ । କୌଣସି ବ୍ୟକ୍ତି ସହ ଅବୈଧ ସମ୍ମନ୍ଧ ଥିବା ଅଭିଯୋଗ କରି ମହିଳାଙ୍କ ସହ ଏପରି ଆଚରଣ କରାଯାଇଥିବା କୁହାଯାଇଛି । ଏହି ପୁରା ଘଟଣାକୁ କ୍ୟାମେରାରେ ମଧ୍ୟ ରେକର୍ଡ କରାଯାଇଥିଲା । ତେବେ ଅଭିଯୋଗ ପରେ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି।
ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାର କୁମାରଗ୍ରାମ ଥାନା ଅଞ୍ଚଳରେ ଜୁନ୍ ୯ରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବାପରେ ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଅବୈଧ ସମ୍ପର୍କ ପାଇଁ ମହିଳା ଜଣକ କିଛି ମାସ ପୂର୍ବରୁ ନିଜ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ଗତ ସପ୍ତାହରେ ସେ ଘରକୁ ଫେରିବା ପରେ ଲୋକମାନେ ବୁଧବାର ରାତିରେ ତାଙ୍କ ଘରେ ପଶି ତାଙ୍କୁ ଘରୁ ବାହାର କରି ଦେଇଥିଲେ ଏବଂ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଏଥିସହିତ ବିନା ପୋଷାକରେ ଗାଁ ଦାଣ୍ଡରେ ବୁଲିବାକୁ ମହିଳାଙ୍କୁ ବାଧ୍ୟ ହୋଇଥିଲେ। ଆଉ ଏହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଥିଲା ।
ଏହି ଘଟଣା ପରେ ମହିଳା ଜଣକ ନିଖୋଜ ହୋଇଯାଇଥିଲେ। ତେବେ ମହିଳା ଜଣକ ନିଖୋଜ ହେବାପରେ ଏ ବିଷୟରେ ପୋଲିସକୁ କେହି ସୂଚନା ଦେଇନଥିଲେ । ତେବେ ପରେ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଏହି ଘଟଣା ବିଷୟରେ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏହା ପରେ ପୀଡିତାଙ୍କ ସ୍ୱାମୀ ପୋଲିସ ସହିତ ମହିଳାଙ୍କୁ ତାଙ୍କ ବାପ ଘରୁ ଆଣି ଘରକୁ ଫେରିଥିଲେ।
ଗାଁକୁ ଫେରିବା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ ୫ ଅଭିଯୁକ୍ତ ଫେରାର ଅଛନ୍ତି । ଅଭିଯୋଗ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)