/odishatv-khabar/media/post_attachments/uploadimage/library/16_9/16_9_0/building_1624088844.jpg)
building
ବିଲ୍ଡିଂ ନିର୍ମାଣ ଆଉ ଯଦି ବଡ଼ ବଡ଼ ବିଲ୍ଡିଂ ନିର୍ମାଣ କଥା କୁହାଯାଏ, ଏହା ଏଭଳି ଏକ କାମ ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମାସ ମାସ ସମୟ ଲାଗେ ନାହିଁ ବରଂ ବର୍ଷ ବର୍ଷ ସମୟ ଲାଗିଥାଏ। ହେଲେ ଚୀନର ଚାଙ୍ଗଶାରେ ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନୀ ଦିନକରେ ୧୦ ମହଲା ବିଶିଷ୍ଟ ରେସିଡେନ୍ସିଆଲ୍ ବିଲ୍ଡିଂ ନିର୍ମାଣ କରି ଏବେ ଚର୍ଚ୍ଚାରେ। ଏହି କନ୍ଷ୍ଟ୍ରକ୍ସନ୍ କମ୍ପାନୀ ୨୮ ଘଣ୍ଟା ୪୫ ମିନିଟ୍ରେ ୧୦ ମହଲା ବିଷିଷ୍ଟ ବିଲ୍ଡିଂ ନିର୍ମାଣ କରିଥିବା ସୂଚନା ମିଳିଛି।ଏତେ କମ୍ ସମୟ ମଧ୍ୟରେ କିଭଳି ଭାବରେ ବିଲ୍ଡିଂ ନିର୍ମାଣ ହେଲା, ଏହା ସମସ୍ତଙ୍କୁ ଚକିତ କରିଛି।
ପ୍ରକୃତ କଥାଟା ହେଲା, ଏହି ବିଲ୍ଡିଂଟି ପ୍ରି-ଫାବ୍ରିକେଟଡ୍ କନ୍ଷ୍ଟ୍ରକ୍ସନ୍ ସିଷ୍ଟମରେ ନିର୍ମାଣ କରାଯାଇଛି। ଅର୍ଥାତ୍ ବିଲ୍ଠିଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଜିନିଷ ପୂର୍ବରୁ ଏକ ଆଡ୍ଭାନ୍ସ ଫ୍ୟାକ୍ଟିରେ ନିର୍ମାଣ କରାଯାଇଥିଲା। ଏହାପରେ ଏହାକୁ ନିର୍ମାଣ ସ୍ଥଳକୁ ଅଣାଯାଇ କେବଳ ଖଞ୍ଜା(ସେଟ୍ ଅପ୍) ଯାଇଥିଲା। ଏଭଳି ଅଭିନବ ଟେକ୍ନିକ୍ରେ ଚୀନର ଏହି ୧୦ ମହଲା ବିଶିଷ୍ଟ ବିଲ୍ଠିଂ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଯାହାର ଏକ ଭିଡିଓ BROAD ଗ୍ରୁପ୍ ୟୁଟ୍ୟୁବ୍ରେ ଶେଆର କରିଛି। ୪ ମିନିଟ୍ ୫୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କିଭଳି ଭାବରେ ବିଲ୍ଠିଂ ନିର୍ମାଣ କରାଯାଉଛି। ଏହା ଏକ ସିମ୍ପଲ୍ ଅନ୍ସାଇଟ୍ ଇନ୍ଷ୍ଟଲେସନ୍ ଥିଲା ବୋଲି କୁହାଯାଇଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ପ୍ରି-ଫାବ୍ରିକେଟଡ୍ କନ୍ଷ୍ଟ୍ରକ୍ସନ୍ର ଫାଇଦା ହେଉଛି, ଆବଶ୍ୟକ ପଡ଼ିଲେ ଏହି ସେଟ୍ ଅପ୍କୁ କାଢ଼ି ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ କରିପାରିବେ। ଭୂମିକମ୍ପରେ ଯେଭଳି ଭାବରେ ବିଲ୍ଠିଂର କୌଣସି କ୍ଷୟକ୍ଷତି ନହୁଏ ସେଥିପାଇଁ ମଧ୍ୟ ଟେକ୍ନିକ୍ ବ୍ୟବହାର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)