Advertisment

ଟ୍ରେନ୍‌ରେ ଖୋଲିଲା କୋଭିଡ୍ ହସ୍ପିଟାଲ

ନୂଆଦିଲ୍ଲୀ: ଦିଲ୍ଲୀର ଶକୁର ବସ୍ତି ଷ୍ଟେସନରେ ୧୦ଟି ରେଳ ବଗିକୁ କୋଭିଡ-୧୯ର ଆଇସୋଲେସନ ୱାର୍ଡ କରାଯାଇଛି। ବଗିରେ ଥିବା ୧୬୦ ଟି ବେଡ୍‌ରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ। ଅର୍ଥାତ ଯେଉଁମାନଙ୍କର କରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା କଲେ ପଜିଟିଭ ଥିବା ଜଣାପଡୁଛି, ସେମାନେ ଏଟାରେ ଚିକିତ୍ସିତ ହେବେ। ଏହା ପୂର୍ବରୁ ସରକାର ୨୧୫ ରେଳ ଷ୍ଟେସନକୁ କୋଭିଡ-୧୯ କେୟାର ସେଣ୍ଟର ଭାବରେ ଚିହ୍ନଟ କରିଥିଲେ, ଯାହା ସାମାନ୍ୟ କିମ୍ୱା କମ୍‌ […]

ଟ୍ରେନ୍‌ରେ ଖୋଲିଲା କୋଭିଡ୍ ହସ୍ପିଟାଲ

train

Advertisment

ନୂଆଦିଲ୍ଲୀ: ଦିଲ୍ଲୀର ଶକୁର ବସ୍ତି ଷ୍ଟେସନରେ ୧୦ଟି ରେଳ ବଗିକୁ କୋଭିଡ-୧୯ର ଆଇସୋଲେସନ ୱାର୍ଡ କରାଯାଇଛି। ବଗିରେ ଥିବା ୧୬୦ ଟି ବେଡ୍‌ରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ। ଅର୍ଥାତ ଯେଉଁମାନଙ୍କର କରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା କଲେ ପଜିଟିଭ ଥିବା ଜଣାପଡୁଛି, ସେମାନେ ଏଟାରେ ଚିକିତ୍ସିତ ହେବେ।

Advertisment

ଏହା ପୂର୍ବରୁ ସରକାର ୨୧୫ ରେଳ ଷ୍ଟେସନକୁ କୋଭିଡ-୧୯ କେୟାର ସେଣ୍ଟର ଭାବରେ ଚିହ୍ନଟ କରିଥିଲେ, ଯାହା ସାମାନ୍ୟ କିମ୍ୱା କମ୍‌ ସାମାନ୍ୟ ଲକ୍ଷଣ ଥିବା ସନ୍ଦିଗ୍ଧମାନଙ୍କ ପାଇଁ ଏହି କ୍ୱାରେଣ୍ଟିନ୍‌ କେନ୍ଦ୍ର କରାଯାଇଥିଲା। ସେଥିମଧ୍ୟରୁ ଶକୁର ବସ୍ତି ଷ୍ଟେସନ ଅନ୍ୟତମ।

ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ କୋଚ୍‌ରେ ୧୬ଟି ବେଡ୍‌ ରହିବା ସହିତ ଅକ୍ସିଜେନ୍‌ ସିଲିଣ୍ଡର ରହିଛି। ଏହାସହ ଜଣେ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ରହିବେ। ଯଦି ଡାକ୍ତର ଦେଖିବେ ଯେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ, ତେବେ ତୁରନ୍ତ ତାଙ୍କୁ ପାଖ କୋଭିଡ-୧୯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

Advertisment

ଦିଲ୍ଲୀରେ ୧୩୫୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ରୋଗୀଙ୍କ ସଂଖ୍ୟା ୨୫ହଜାର ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା ୬୫୦କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ