Advertisment

ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୭ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଅଛନ୍ତି ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ସୁରତ:…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

accident

  • ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ
  • ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା
  • ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୭ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଅଛନ୍ତି
  • ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ
Advertisment

ସୁରତ: ଗୁଜରାଟର ଆନନ୍ଦ ଜିଲ୍ଲା ତାରାପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୭ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଅଛନ୍ତି। ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପରିବାରର ୧୦ ଜଣ ସଦସ୍ୟ ଏକ କାର୍‌ରେ ସୁରତର ଭତମାନ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆନନ୍ଦ ଜିଲ୍ଲାର ଇନ୍ଦ୍ରନାଜ ଗାଁ ନିକଟ ହାଇୱେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସହ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।

Advertisment

ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

Advertisment
Advertisment