Snana Purnima Live: ସୁନାକୂଅର ସୁବାଷିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

12:26 PM

ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ଅଘଟଣ ପରେ ଅଘଟଣ

Posted by:-Sonali Kabi
  • ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା।....ଅଧିକ ପଢ଼ନ୍ତୁ...

17:57 PM

ସ୍ନାନମଣ୍ଡପରେ ଛେରାପହଁରା ସାରି ବାହୁଡିଲେ ଗଜପତି

Posted by:-Chandan Shishu

16:51 PM

ଗଣେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

Posted by:-Manoranjan Behera

16:50 PM

ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି

Posted by:-Manoranjan Behera

15:04 PM

ସ୍ନାନ ମଣ୍ଡପରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ

Posted by:-Manoranjan Behera

15:03 PM

ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ

Posted by:-Manoranjan Behera

15:02 PM

ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଭକ୍ତଙ୍କ ମୃତ୍ୟୁ

Posted by:-Manoranjan Behera

14:42 PM

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସାମ୍ନାରେ ଚାଲିଗଲା ପ୍ରାଣ

Posted by:-Rajalaxmi Sahoo
  • ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।

    ଆହୁରି ପଢ଼ନ୍ତୁ...

13:04 PM

ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ

Posted by:-Satyendu Shekher Mishra

13:04 PM

ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ

Posted by:-Satyendu Shekher Mishra

12:44 PM

ସ୍ନାନବେଦୀରେ ଶ୍ରୀଜିଉ, ଉଲ୍ଲାସିତ ଭକ୍ତବୃନ୍ଦ

Posted by:-Satyendu Shekher Mishra

12:43 PM

ସୁନା କଳସରେ ସୁନା କୂଅର ଜଳ ସ୍ନାନ କରିବେ ମହାପ୍ରଭୁ

Posted by:-Satyendu Shekher Mishra

12:05 PM

ସ୍ନାନବେଦୀରେ ତିନିଠାକୁରଙ୍କ ଅବକାଶ ନୀତି । ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ

Posted by:-Satyendu Shekher Mishra

12:05 PM

ସ୍ନାନବେଦୀରେ ତିନିଠାକୁରଙ୍କ ଅବକାଶ ନୀତି । ଫୁଲ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ

Posted by:-Satyendu Shekher Mishra

12:05 PM

ଟାଇଁ ଟାଇଁ ଖରାରେ ବି ବଡ଼ ଦାଣ୍ଡରେ ବଢ଼ୁଛି ଭକ୍ତଙ୍କ ଭିଡ଼ । ତେଣୁ ଭକ୍ତଙ୍କ ଉପରେ ପ୍ରଶାସନ ପକ୍ଷରୁ ସଞ୍ଚନ କରାଯାଉଛି ପାଣି ।

Posted by:-Satyendu Shekher Mishra

11:44 AM

ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ

Posted by:-Satyendu Shekher Mishra

11:43 AM

କାଳିଆ ସାଆନ୍ତ ଯେତେବେଳେ ଆସନ୍ତି.. ଲାଗେ ସେ ହିଁ ଆମର ପରମପୁରୁଷ ଆଉ ଆମେ ସବୁ ତାଙ୍କ ଗୋପାଙ୍ଗନା..

Posted by:-Satyendu Shekher Mishra

11:39 AM

ସ୍ନାନବେଦୀରେ ତିନିଠାକୁର । ଗୋଧୋଇବା ପାଇଁ ଚାଲିଛି ପ୍ରସ୍ତୁତି ।

Posted by:-Satyendu Shekher Mishra

11:38 AM

ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ବଢ଼ୁଛି ଭିଡ଼ । ଯେତେ ଖରା ହେଉଛି ସେତେ ଲୋକଙ୍କ ଭିଡ଼ ବଢ଼ୁଛି

Posted by:-Satyendu Shekher Mishra

11:24 AM

ଘଣ୍ଟ ଘଣ୍ଟା ମୃଦଙ୍ଗ ବାଜା ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ । ଧ୍ୱନୀର ତାଳେ ତାଳେ ନାଚୁଛନ୍ତି ଭକ୍ତ

Posted by:-Satyendu Shekher Mishra

11:24 AM

ବଡ଼ ଦାଣ୍ଡରେ ବିଭୋର ଭକ୍ତ । ଗୀତ ଗୋବିନ୍ଦର ତାଳେ ତାଳେ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ ।

Posted by:-Satyendu Shekher Mishra

10:19 AM

ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ

Posted by:-Satyendu Shekher Mishra

10:18 AM

ସମସ୍ତେ ନିଜକୁ ଲୁଚାଇ ସ୍ନାନ କରୁଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଖୋଲାରେ ସ୍ନାନ କରନ୍ତି। ତେବେ ଏହି ସ୍ନାନ ପଛରେ କଣ ରହିଛି ରହସ୍ୟ ? ଏହି ସ୍ନାନ ଦର୍ଶନ କଲେ କଣ ମିଳେ ଲାଭ?

Posted by:-Satyendu Shekher Mishra

10:17 AM

କାଳିଆ ଭକ୍ତର ଦୁଃଖ ନେଇପାରେ, ଭକ୍ତକୁ ଆନନ୍ଦ ବି ଦେଇପାରେ

Posted by:-Satyendu Shekher Mishra

10:17 AM

ଭାବ ବିନୋଦିଆଙ୍କ ପ୍ରେମରେ ନିମଗ୍ନ ଭକ୍ତ.. ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବଡ଼ଦାଣ୍ଡରେ ଭକ୍ତଙ୍କ ଭାବପୂର୍ଣ୍ଣ ନୃତ୍ୟ ପରିବେଷଣ

Posted by:-Satyendu Shekher Mishra

09:51 AM

ଜଗତର ନାଥ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ସ୍ନାନଯାତ୍ରା। ଆଜି ଭାଇ ଓ ଭଉଣୀଙ୍କ ସହ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ

Posted by:-Satyendu Shekher Mishra

09:02 AM

ଖୁସିରେ ବିଭୋର କିର୍ତ୍ତନିଆ, ମୁର୍ଦ୍ଦଙ୍ଗ ବଜାଇ ନାଚୁଛନ୍ତି

Posted by:-Satyendu Shekher Mishra

09:02 AM

ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ।

Posted by:-Satyendu Shekher Mishra

08:51 AM

ସ୍ନାନ ବେଦୀରେ ତିନି ଠାକୁର

Posted by:-Satyendu Shekher Mishra

08:51 AM

ସ୍ନାନ ବେଦୀରେ ତିନି ଠାକୁର

Posted by:-Satyendu Shekher Mishra

08:29 AM

ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ

Posted by:-Satyendu Shekher Mishra

08:27 AM

ସ୍ନାନବେଦୀରେ ବଡ଼ ଠାକୁର ବଳଭଦ୍ର

Posted by:-Satyendu Shekher Mishra

08:23 AM

ସ୍ନାନ ପୂର୍ଣ୍ଣିମାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ

Posted by:-Satyendu Shekher Mishra

07:56 AM

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ: ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ

Posted by:-Satyendu Shekher Mishra
  • ଆଜି ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି।

    ଏଥର ଭୋର ୪ଟାରୁ ପହଣ୍ଡି ହୋଇଥିବା ବେଳେ, ଦିନ ସାଢ଼େ ୧୧ଟାରେ ଜଳଲାଗି ପାଇଁ ନୀତି ସ୍ଥିର ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ହାତୀବେଶ ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସୁରକ୍ଷାରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପାରମାଣିକ ଟିକେଟର ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ।

    ଅଧିକ ପଢ଼ନ୍ତୁ

07:51 AM

ହଲି ହଲି ଝୁଲି ଝୁଲି ସ୍ନାନବେଦୀକୁ ଆସିଲେ ଜଗନ୍ନାଥ

Posted by:-Satyendu Shekher Mishra

07:41 AM

Snana Purnima: ଆଜି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ; ଜାଣନ୍ତୁ କାହା ପାଇଁ କେତେ ଗରା

Posted by:-Satyendu Shekher Mishra
  • ଆଜି ପବିତ୍ର ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ପବିତ୍ର ଜଳରେ ସ୍ନାନ କରିଥାନ୍ତି, ଯାହାକୁ ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ।

    ଅଧିକ ପଢ଼ନ୍ତୁ

07:36 AM

Snana Purnima: ସ୍ନାନପୂର୍ଣ୍ଣିମାରୁ ପୂଜା ପାଆନ୍ତି ପଟିଦିଅଁ; କିପରି ତିଆରି ହୁଏ ଅଣସର ପଟି

Posted by:-Satyendu Shekher Mishra
  • ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।

    ଅଧିକ ପଢ଼ନ୍ତୁ

07:35 AM

Snana Purnima: ଠାକୁରଙ୍କୁ କାହିଁକି ହୁଏ ଜର; କିପରି ପାଳନ ହୁଏ ଅଣସର ନୀତି

Posted by:-Satyendu Shekher Mishra
  • ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅଣସର ଗୃହରେ ରହି ଚିକିତ୍ସା ହେବା ବିଧି ରହିଛି। ଏହି ବିଧି ମହା ଅଣସର ନାମରେ ଖ୍ୟାତ।

    ମହା ଅଣସର ଦୁଇ ଭାଗରେ ବିଭକ୍ତ। ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସାରେ ହୁଏ। ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ। ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ହୁଏ। ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ।

    ଅଧିକ ପଢ଼ନ୍ତୁ

07:25 AM

ମହାପ୍ରଭୁଙ୍କ ଦିବ୍ୟଲୀଳା ଦେଖିବାକୁ ବଡଦାଣ୍ଡରେ ଜମିଛି ଭିଡ

Posted by:-Satyendu Shekher Mishra

07:25 AM

ସ୍ନାନ ମଣ୍ଡପରେ ମା’ ଶୁଭଦ୍ରା

Posted by:-Satyendu Shekher Mishra

07:23 AM

ଭକ୍ତମୟ ଶ୍ରୀକ୍ଷେତ୍ର ଓ ଭାବମୟ ପରିବେଶରେ ଚାଲିଛି ପହଣ୍ଡି

Posted by:-Satyendu Shekher Mishra

07:23 AM

ସକାଳ ୫ଟାରୁ ଆରମ୍ଭ ହେଲାଣି ପହଣ୍ଡି । ଜଣକ ପରେ ଜଣେ ଚତୁର୍ଦ୍ଧା ମୁରତୀ ବାହାରିଲେଣି ସ୍ନାନ ମଣ୍ଡପ ଅଭିମୁଖେ ।

Posted by:-Satyendu Shekher Mishra

07:21 AM

ଆଜି ୧୦୮ ଗରା ସୁବସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଅପରାହ୍ନ ସାଢେ ଦୁଇଟାରୁ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ

Posted by:-Satyendu Shekher Mishra

07:11 AM

ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୁରତୀ

Posted by:-Satyendu Shekher Mishra