puri jagannath ratha jatra 2022
ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି କାଳିଆ ସୁନା। ହସୁଛି ଭକ୍ତ ଆଉ ଭକ୍ତର ହସ ହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ...କହୁଛି, ଆଉ ଘଡ଼ିଏ ରହରେ...ମୁଁ ଯାଉଛି ତୁମ ପାଖକୁ, ତୁମ ଗହଣରେ ହଜିଯିବି, ତୁମ ଗହଣରେ ମଜ୍ଜିଯିବି...ଆଉ କେଇ ମୁହୂର୍ତ୍ତ ମାତ୍ର। ଆଜି ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥି, କେତେ ପବିତ୍ର ଏ ତିଥି, କେତେ ଆନନ୍ଦମୟ ଏ ତିଥି..ଏଇ ତିଥିକୁ ଅନେଇ ଅନେଇ କେତେଯେ ଭକ୍ତ ପାଗଳ, ତା’ର କଳନା ନାହିଁ
- Jul 02, 2022 08:28 IST
ରଥଯାତ୍ରା ଦେଖିବାକୁ ଯାଉଥିବା ପୁରୀବାସୀ ମୁଣ୍ଡିଆ ମନ୍ଦିରକୁ ଯାଆନ୍ତି
- Jul 02, 2022 08:27 IST
ଶରଧା ବାଲିରେ ଶ୍ରୀଜିଉ । ଆଜି ଆଡ଼ପ ମଣ୍ଡପ ବିଜେ । ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି
- Jul 02, 2022 08:25 IST
ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର
- Jul 01, 2022 20:34 IST
ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
କାଳିଆର ଦିବ୍ୟଲୀଳା । ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀ ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଗହଣରେ ବଡ଼ଦାଣ୍ଡରେ ଗଡ଼ିଲା ଭାବର ଠାକୁରଙ୍କ ଦିବ୍ୟରଥ । ସଅଳ ନୀତିକାନ୍ତିରୁ ନିର୍ଧାରିତ ସମୟର ଢେର ଆଗରୁ ରଥ ଟଣା ହୋଇ ସଂଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଯାଇଛି ତିନି ରଥ ।
- Jul 01, 2022 20:33 IST
ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା
ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ସାବର ଶ୍ରୀକ୍ଷେତ୍ର କୋରାପୁଟ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର । ସବୁଠି ବିଧି ବିଧାନ ଓ ପରମ୍ପରା ସହ ଘୋଷଯାତ୍ରା ସାଙ୍ଗକୁ ଦେଉଳ ବାହାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ଼ ଦିଅଁ । ମହାମାରୀ କରୋନା ପାଇଁ ୨ ବର୍ଷ ଧରି ଗଡ଼ିନଥିଲା ରଥ । ତେଣୁ ଆଜିର ଦିନକୁ ଅପେକ୍ଷା କରିଥିଲେ ଅସଂଖ୍ୟ ଭକ୍ତଗଣ । ସାବର ଶ୍ରୀକ୍ଷେତ୍ର କୋରାପୁଟରେ ସକାଳୁ ସମସ୍ତ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ ତିନି ଠାକୁର ।ପରେ ୩ ରଥରେ ୩ ଆଦିବାସୀ ଗାଁ ମୁଖିଆଙ୍କ ଛେରା ପହଁରା ଓ ଅନ୍ୟ ନୀତିି ପରେ ଆରମ୍ଭ ହୋଇଥିଲା ରଥଟଣା ।
- Jul 01, 2022 18:35 IST
ଶରଧା ବାଲିରେ ତିନି ରଥ
Ratha Jatra - Jul 01, 2022 18:24 IST
ଗଞ୍ଜାମ ଅଲାରିଗଡରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ରଥଯାତ୍ରା । ଜିଲ୍ଲାପାଳ କରିଥିଲେ ଛେରାପହଁରା
- Jul 01, 2022 18:24 IST
ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା, ପଛକୁ ପଛ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ
- Jul 01, 2022 18:16 IST
ଅପେକ୍ଷାରେ ଗୁଣ୍ଡିଚା ମାଆ , ଘର ଘର ନାଦ କରି ମାଡି ଚାଲିଛି ରଥ
- Jul 01, 2022 18:16 IST
ରଥଯାତ୍ରା ଏକ ପାବନ ଯ଼ାତ୍ରା ଏମିତି ଏକ ପାବନ ଯ଼ାତ୍ରା ଯ଼ାହାକୁ ଦେଖିବା ପାଇଁ ଭକ୍ତ ସତେ ଯ଼େମିତି ଚାହିଁ ବସିଥାଏ
- Jul 01, 2022 18:14 IST
ଭୁବନେଶ୍ୱରର ଇଏ ବଡ ରଥଯାତ୍ରା
ଭୁବନେଶ୍ୱରର ଇଏ ବଡ ରଥଯାତ୍ରା । ରୀତିନୀତି ଅନୁଯାୟୀ ହେଲା ପହଣ୍ଡି ଓ ଚେରାପହଁରା । ତା ପରେ ଟଣା ହେଲା ରଥ । ଭକ୍ତ କହିଲେ, ହୃଦୟର କଥା ।
- Jul 01, 2022 18:13 IST
ଦେଖନ୍ତୁ..ଏ ଅପୂର୍ବ ଦୃଶ୍ୟ.. କେମିତି ଭକ୍ତମୟ ହୋଇପଡ଼ିଛି ବଡ଼ଦାଣ୍ଡ.. ୟେ ଦୁଇ ବର୍ଷର ଦୁଃଖଦ ପ୍ରତୀକ୍ଷାର ଅନ୍ତ..
- Jul 01, 2022 18:13 IST
ରଥ ଚକ ବୁଲୁଛି I କାଳଚକ୍ର ସହ ତାକୁ ତୁଳନା କରାଯାଇଛି କଣ ପାଇଁ
- Jul 01, 2022 18:12 IST
ଦେଖନ୍ତୁ.. ୟେ ଓଡ଼ିଶାର ଦୃଶ୍ୟ ନୁହେଁ.. ଏ ହେଉଛି ରାଜଧାନୀ ଦିଲ୍ଲୀର ଦୃଶ୍ୟ
ୟେ ଓଡ଼ିଶାର ଦୃଶ୍ୟ ନୁହେଁ.. ଏ ହେଉଛି ରାଜଧାନୀ ଦିଲ୍ଲୀର ଦୃଶ୍ୟ.. ଧୂମଧାମରେ ଭକ୍ତଗଣ ନାଚି ନାଚି ଠେଲି ଠେଲି ମାଉସୀ ଘରକୁ ନେଇଯାଉଛନ୍ତି ଜଗାକୁ ।
- Jul 01, 2022 18:12 IST
ମେଦିନାପୁରର ମୋହନପୁରରେ ପ୍ରାୟ 500 ବର୍ଷ ହେଲା ହେଉଛଇ ରଥଯାତ୍ରା
ମେଦିନାପୁରର ମୋହନପୁରରେ ପ୍ରାୟ 500 ବର୍ଷ ହେଲା ହେଉଛଇ ରଥଯାତ୍ରା । ପ୍ରଥମେ ଜଣେ ଜମିଦାର ଏହି ମନ୍ଦିର ତିଆରି କରି ରଥଯାତ୍ରା କରାଉଥିଲେ । ଏବେ କମିଟି ବୁଝୁଛି ।
- Jul 01, 2022 18:11 IST
ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ହେଲେ କଣ ପ୍ରଭୁ ପ୍ରାପ୍ତିର ମାର୍ଗ ଜାଣନ୍ତି ? କଣ କଲେ ଇଶ୍ୱର ପ୍ରାପ୍ତି ହୁଏ ?
- Jul 01, 2022 18:01 IST
ବଡ଼ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ତିଚା ମନ୍ଦିର ପାଖରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ।
ବଡ଼ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ତିଚା ମନ୍ଦିର ପାଖରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ।
Ratha Jatra - Jul 01, 2022 17:58 IST
ରାଉରକେଲାରେ ଏମିତି ପାଳିତ ହେଉଛି ଘୋଷଯାତ୍ରା..
- Jul 01, 2022 17:57 IST
ସବୁ ତିର୍ଥର ସଙ୍ଗମ ହୋଇଛି ବୋଲି କୁହାଯାଏ ରଥ ଯ଼ାତ୍ରାରେ ବଡ ଦାଣ୍ଡରେ ଏହା କଣ ସତ?
- Jul 01, 2022 17:57 IST
କେଉଁ ଲୋକ ମାନଙ୍କ ଠାରୁ ପ୍ରଭୁ ଦୂରେଇ ଯାଆନ୍ତି ଜାଣନ୍ତୁ
- Jul 01, 2022 17:32 IST
ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ
ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ପଛରେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ । ପଛେ ପଛେ ଗହଳି ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
- Jul 01, 2022 17:31 IST
ଦୁଇ ବର୍ଷ ପରେ ବଡ଼ଦାଣ୍ତରେ ଲାଗିଛି ଭକ୍ତଙ୍କ ଗହଳି..ତିନି ଠାକୁର ସର୍ବଦା ଲୋକଙ୍କ ହିତରେ ରହିଥାନ୍ତି..ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ପରିଚୟ
- Jul 01, 2022 17:30 IST
ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ
ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ..ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ.. ମହାପ୍ରଭୁଙ୍କ ସମ୍ମୁଖରେ ହନୁମାନ ନୃତ୍ୟ କରୁଛନ୍ତି ଶ୍ରଦ୍ଧାଳୁ
- Jul 01, 2022 17:28 IST
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ରଥଯାତ୍ରା ଅବସରରେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ରଥଯାତ୍ରା ଅବସରରେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି । ଦେଶବାସୀଙ୍କ ସକଳ ମଙ୍ଗଳ କାମନା କରିଛନ୍ତି । ସୁନ୍ଦର ଭାବେ ଶ୍ଲୋକ ବି ଗାଇଛନ୍ତି ।
- Jul 01, 2022 17:25 IST
ଏପଟେ ବଡ଼ଦାଣ୍ଡରେ ଭକ୍ତମୟ ପରିବେଶ.. ସେପଟେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼..ଆକର୍ଷଣ ସାଜିଛି ଭଳି କି ଭଳି ଶଙ୍ଖ..
- Jul 01, 2022 17:24 IST
ହେ ମହାପ୍ରଭୁ… ମୋର ଏ ବେଶ.. ମୋର ଏ ଠାଣି… ସବୁ ତମରି ପାଇଁ… ବଡ଼ଦାଣ୍ଡରେ କାଳିଆର ଜଣେ ସମର୍ପିତ ଭକ୍ତ
- Jul 01, 2022 17:13 IST
ଧନ୍ୟ ସେ ରଥ.. ଧନ୍ୟ ସେ ପଥ.. ତହିଁ ବିଜୟ ଶ୍ରୀ ଶ୍ରୀ ଜଗନ୍ନାଥ..ଯୁଆଡ଼େ ଦେଖିଲେ ଭକ୍ତ ହିଁ ଭକ୍ତ.. ଆଖି ପାଉନାହିଁ.. ବିଶାଳ ଜନସମୁଦ୍ର ସମ ଭକ୍ତଙ୍କ ସମାଗମ
- Jul 01, 2022 17:12 IST
ତିନି ରଥରେ ୧୨ଟି ଘୋଡା ଲାଗିଛନ୍ତି । କଣ ଏହି ୧୨ଟି ଘୋଡା ପଛର କାରଣ...
- Jul 01, 2022 17:11 IST
ରଥ ଯାତ୍ରାରେ ତିନିରଥରେ ସବୁ ଚକ ମିଶି ୪୨। ଯାଏ ୪୨ ଆସେ ୪୨ କଣ ଏହା ପଛର ରହସ୍ୟ
- Jul 01, 2022 17:10 IST
ଆଜି ଶ୍ରୀଜିଉ ମାନଙ୍କର ରଥ ଗଡି ଗଡି ଚାଲିଛି I ଏହି ରଥ ଉପରେ ଯେଉଁ ଧ୍ବଜା ଲାଗିଛି ତା ପଛର କାରଣ କଣ
- Jul 01, 2022 16:55 IST
ନୂଆଦିଲ୍ଲୀର ସର୍ବପୁରାତନ ଜଗନ୍ନାଥ ମନ୍ଦିର ତ୍ୟାଗରାଜଠାରେ ପାଳନ ହେଉଛି ପବିତ୍ର ରଥଯାତ୍ରା..
- Jul 01, 2022 16:54 IST
ଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜୀଉ, ହେଲେ କିଏ ଏ ଗୁଣ୍ଡିଚା ? ଆଉ ସେଦିନ ବଲରାମ ଦାସର ବାଲିରଥରେ କାହିଁଙ୍କି ବସିଲେ ଜଗନ୍ନା
- Jul 01, 2022 16:54 IST
ଯୁଗେ ଯୁଗେ ପ୍ରଭୁ ନେଇଛନ୍ତି ଅବତାର , ଏଯୁଗରେ ସେ କରୁଛନ୍ତି ମାନବିୟ ଲୀଳା। ରଥ ରଢି ଭକ୍ତ ଗହଣରେ ସେ କରୁଛନ୍ତି ଯାତ୍ରା
- Jul 01, 2022 16:53 IST
ହରିବୋଲ ହୁଳହୁଳିରେ ପଡ଼ୁଛି ଉଠୁଛି ଶ୍ରୀକ୍ଷେତ୍ର
- Jul 01, 2022 16:52 IST
ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟ..ଏକାଠି ହେଲେ ଭକ୍ତ ଓ ଭଗବାନ.. ଦୁଇବର୍ଷ ପରେ ହେଉଛି ମହାମିଳନ
- Jul 01, 2022 16:52 IST
ନନ୍ଦିଘୋଷ ରଥ ଗଡି ଚାଲିଛି ତା ପାଖେ ପାଖେ ଗଡି ଚାଲିଛି ସାନ ରଥ ଟିଏ
- Jul 01, 2022 16:51 IST
ଗିନିଜ୍ ବୁକରେ ରେକର୍ଡ କରିବା ପାଇଁ ପୁରୀର ରଥ ନିର୍ମାଣ ପରମ୍ପରାକୁ ଭଙ୍ଗ କରାଗଲା । ଏହା କଣ ଏକ ଅପରାଧ କି ?
- Jul 01, 2022 16:51 IST
ସେ ଭାବକୁ ନିକଟ ଅଭାବକୁ ଦୂର। ମହା ଭାବରେ ବନ୍ଧା କାଳିଆ ଠାକୁର, ଆଜି ତାଙ୍କ ଘୋଷ ଯାତ୍ରା। ତାଙ୍କୁ ପାଇବାକୁ ହେଲେ ପ୍ରଥମେ କଣ କରିବାକୁ ପଡେ ଜାଣନ୍ତୁ
- Jul 01, 2022 16:50 IST
ପାବନ ଯାତ୍ରା ମଧ୍ୟରେ ରଥଯାତ୍ରା ଏକ ଶ୍ରେଷ୍ଠ ଯାତ୍ରା ରଥ ଯାତ୍ରା, କଣ ଏହାର ମାହାତ୍ମ୍ୟ
- Jul 01, 2022 16:47 IST
ନନ୍ଦିଘୋଷ ରଥରେ ସାରଥି ହେଉଛି ଦାରୁକ, କିଏ ଏହି ଦାରୁକ ? ଦାରୁକଙ୍କ ପଛରେ କଣ ରହିଛି ପୌରାଣିକ କାହାଣୀ । ନନ୍ଦିଘୋଷ ରଥରେ କିପରି ହେଲେ ସେ ସାରଥି ?
- Jul 01, 2022 16:46 IST
କାଙ୍କଣ ଶିଖରୀରେ ରଥଯାତ୍ରା, ଡଙ୍ଗାରେ ଗଲେ ମହାପ୍ରଭୁ
- Jul 01, 2022 16:46 IST
ନିଆରା ଛେରାପହଁରା । ଶାବର ଶ୍ରୀକ୍ଷେତ୍ରରେ ଛେରାପହଁରା କଲେ ତିନି ଆଦିବାସୀ ଗାଁର ମୁଖିଆ
ନିଆରା ଛେରାପହଁରା । ଶାବର ଶ୍ରୀକ୍ଷେତ୍ରରେ ଛେରାପହଁରା କଲେ ତିନି ଆଦିବାସୀ ଗାଁର ମୁଖିଆ । ଜଗନ୍ନାଥଙ୍କ ରଥରେ ରଙ୍ଗବାଲି କୁମ୍ଭାର ଦାସୀ ନାୟକ,ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମର ସାଧୁ ସାଉନ୍ତା ଓ ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡିଙ୍ଗି ଛେରା ପହଁରା କରିଛନ୍ତି
- Jul 01, 2022 16:43 IST
ଜନ ସମୁଦ୍ରକୁ ଚିରି ଘର ଘର କରି ମାଡିଚାଲିଛି ରଥ
- Jul 01, 2022 16:42 IST
ମୁଁ ମଲେ ମୋତେ ତୁ ପାଇବୁ ! ହେଲେ କେମିତି ?
- Jul 01, 2022 16:41 IST
୧୨ବର୍ଷ ନଖାଇ ନପିଇ ନଶୋଇ ପ୍ରଭୁ ଶ୍ରୀରାମଙ୍କ ପାଖେ ପାଖେ କିପରି ରହିପାରିଥିଲେ ଭ୍ରାତା ଲକ୍ଷ୍ମଣ। କଣ ଏହାର ରହସ୍ୟ
- Jul 01, 2022 16:41 IST
ଘରେ ବସି ପବିତ୍ର ଘୋଷଯାତ୍ରା ୨୦୨୨ର ସାକ୍ଷୀ ହୁଅନ୍ତୁ.. ଆଉ ଲେଖନ୍ତୁ ଜୟ ଜଗନ୍ନାଥ..
- Jul 01, 2022 16:40 IST
ଝୁଲି ଝୁଲି ଆସିଲେ କଳାଠାକୁର । ରଥକୁ ଯିବା ପରେ ଟଣାହେଲା ରଥ ।
- Jul 01, 2022 16:38 IST
ମାଉସୀ ଘର ମୁହାଁ ମାଆ ସୁଭଦ୍ରାଙ୍କ ଦେବଦଳନ ରଥ
- Jul 01, 2022 16:37 IST
ଅଷ୍ଟ୍ରେଲିଆରୁ ଆସିଥିବା ଜଣେ ଭକ୍ତ ସଂକୀର୍ତ୍ତନରେ ଭାଗନେଲେ । ବଡଦାଣ୍ଡରେ ଖାଲି ପାଦରେ ଚାଲିଲେ । ତାପରେ କହିଲେ, ନାଇସ୍ ନାଇସ୍ ।
- Jul 01, 2022 16:27 IST
ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ, ପଛରେ ସାନ ଭାଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ.. ମଝିରେ ଗେହ୍ଲା ଭଉଣୀ ମାଆ ସୁଭଦ୍ରାଙ୍କ ଦେବଦଳନ ରଥ ଗଡ଼ି ଚାଲିଛି
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656506054.jpg)